କୋଟିଆ ପାଇଁ ପୁଣି ଏକାଠି ହେଲେ ସର୍ବଦଳୀୟ ନେତା, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ

ସର୍ବଦଳୀୟ ନେତାଙ୍କ ଦାବି- ଆଲୋଚନା ପୂର୍ବରୁ ଅନୁପ୍ରବେଶ ବନ୍ଦ କରୁ

କୋରାପୁଟ: ସେପଟେ ଅନୁପ୍ରବେଶ, ଏପଟେ ଆଲୋଚନା। ଆନ୍ଧ୍ର ସରକାରଙ୍କ ଦୋମୁହଁ ନୀତି ଚଳିବନି। ଆନ୍ଧ୍ର ପ୍ରଥମେ କୋଟିଆରେ ଅନୁପ୍ରବେଶ ବନ୍ଦ କରୁ। ନଚେତ ରାଜ୍ୟ ସରକାର ପ୍ରତିରୋଧ କରନ୍ତୁ। ଏପରି ଚାଲିଲେ କୋଟିଆ ସମସ୍ୟାର ସମାଧାନ ଅସମ୍ଭବ ହେବ ବୋଲି କହିଛନ୍ତି ସର୍ବଦଳୀୟ ନେତା। ଏନେଇ ସର୍ବଦଳୀୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ବିବାଦ ହୋଇଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ଉଠିଛି।

ସ୍ଥାନୀୟ ସର୍କିଟ ହାଉସ ପରିସରରେ ଆଜି କୋଟିଆ ପାଇଁ ପୁଣି ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବଦଳୀୟ କମିଟି ପକ୍ଷରୁ ସୀମା ବିବାଦର ସମାଧାନ ସକାଶେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ମେ ମାସ ୬ ତାରିଖ ପରେ ସର୍ବଦଳିୟ କମିଟି କୋଟିଆ ସୀମା ସମସ୍ୟାକୁ ନେଇ ଦ୍ବିତୀୟ ବୈଠକ କରିଥିବାବେଳେ ଆନ୍ଧ୍ରର ମନମାନୀ ବିରୋଧରେ ଏକାଠି ହୋଇଛନ୍ତି।

ବୈଠକରେ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ପଟାଙ୍ଗି ବିଧାୟକ ପ୍ରିତମ ପାଢୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, କୋରାପୁଟ ଓକିଲ ସଂଘ ସଭାପତି ଅଜିତ ପାତ୍ରଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତା ଉପସ୍ଥିତ ରହିଥିଲେ। ଆନ୍ଧ୍ର ଓ ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଏକାଠି ହୋଇଥିବା ଘଟଣାକୁ ସ୍ବାଗତ କରିଛନ୍ତି। କୋଟିଆ ତଥା ଅନ୍ୟ ବିବାଦ ପାଇଁ ମୁଖ୍ୟ ଶାସନସଚିବ ଉଚ୍ଚସ୍ତରୀୟ କମିଟିକୁ ସର୍ବଦଳିୟ କମିଟି ସହଯୋଗ କରିବେ ବୋଲି କହିଛନ୍ତି।

ତେବେ କୋଟିଆ ମାଟିର ସୁରକ୍ଷା ପାଇଁ ଲଢେଇ ଜାରି ରହିବ ବୋଲି ମତ ପ୍ରକାଶ ପାଇଛି। ସର୍ବଦଳ ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ କୋଟିଆ ସହ ଅନ୍ୟ ପ୍ରସଙ୍ଗରେ ବୈଠକକୁ ସର୍ବଦଳିୟ କମିଟି ଏହାକୁ ସ୍ବାଗତ କରିଛି। ଏହିସମୟରେ ଆନ୍ଧ୍ର ଅଧିକାରୀମାନେ ଅନୁପ୍ରବେଶ କରି ସରକାରୀ କାର୍ଯ୍ୟକ୍ରମ କରିବାକୁ ବିରୋଧ କରାଯାଇଛି। ଯେତେଦିନ ପର୍ଯ୍ୟନ୍ତ କୋଟିଆରେ ଅନୁପ୍ରବେଶ ଜାରି ରଖିଥିବା ସେତେଦିନ ପର୍ଯ୍ୟନ୍ତ କୋଟିଆ ବିବାଦ ସମାଧାନ ହୋଇପାରିବ ନାହିଁ ବୋଲି କୁହାଯାଇଛି। ସମସ୍ୟା ସାମାଧାନ ସକାଶେ ରାଜ୍ୟ ସରକାର ଉଚ୍ଚ ସ୍ତରୀୟ କମିଟି ଗଠନ କେବେ ଗଠନ କରିବେ। ଏହି କମିଟିରେ ଆଉ କିଏ କିଏ ରହିବେ। ସେହି କମିଟିରେ କେଉଁ ମାନେ ସଦସ୍ୟ ରହିବେ ତୁରନ୍ତ ସରକାର ଘୋଷଣା କରନ୍ତୁ ବୋଲି ସର୍ବଦଳିୟ କମିଟି ଦାବି କରିଛି।

ସମ୍ବନ୍ଧିତ ଖବର