ଭୁବନେଶ୍ବର : ଶେଷ ସୁଯୋଗ। ଏଣୁ ପରସ୍ପର ପରସ୍ପରକୁ ମାତ୍ େଦବା ଲାଗି ବଡ଼ ଲଢେଇ ଲଢିବେ। ଏଥିଲାଗି ଉଭୟ ବିେଜଡି ଓ କେଂଗ୍ରସ ବିଧାୟକମାେନ ଏକାଠି ବସି ରଣନୀତି ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିେଜଡି ବିଧାୟକ ଦଳ ବୈଠକରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ସ୍ଥିର େହାଇଛି। ବିେରାଧୀ ଦଳ େନତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେଂଗ୍ରସ ସ୍ଥିର କରିଛି ଚିଟଫଣ୍ଡ ଓ ଚାଷୀ କାର୍ଡ େଖଳିବ।

Advertisment

ଆଜି ବିେଜଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶା ନ୍ୟାୟ ପାଇପାରିନି । ଏ ପ୍ରସଙ୍ଗ ଗୃହରେ ଉଠିବ। କେନ୍ଦ୍ରୀୟ ଅନୁଦାନ ହ୍ରାସ କଥା ଉଠାଯିବ। ବିରୋଧୀ ଗଣତାନ୍ତ୍ରିକ ପଦ୍ଧତିରେ ଯେଉଁ ପ୍ରସଙ୍ଗ ଗୃହରେ ଉତଥାପନ କରିବେ ସେସବୁର ଉତ୍ତର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି। ସେଥିରୁ ୬ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ। ଏହି ଅଧିବେଶନରେ କୌଣସି ବିଲ ଆଗତ କରିବା ନେଇ ଏ ପର୍ଯ୍ୟନ୍ତ ପ୍ରସ୍ତାବ ନାହିଁ । ତେବେ ଅଧିବେଶନ କାଳରେ କୋଇଲା ରୟାଲଟି ସମେତ କେନ୍ଦ୍ରୀୟ ଅବହେଳା ନେଇ ଗୃହରେ ସ୍ବର ଉଠିବ । ବିଜେଡି ବିଧାୟକ ଦଳ ବୈଠକରେ ମୋଟ ୭୩ ଜଣ ବିଧାୟକ ଉପସ୍ଥିତ ଥିଲେ ବୋଲି ମନ୍ତ୍ରୀ କହିଛନ୍ତି । ବିଧାୟକ ଦଳର ଏହି ଶେଷ ବୈଠକରେ ସବୁ ବିଧାୟକ ଉପସ୍ଥିତ ନଥିଲେ ବି ଗୃହରେ ଶାସକ ଦଳର ସବୁ ସଦସ୍ୟ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ତାଗିଦ କରିଥିବା ଜଣାପଡ଼ିଛି ।

publive-image

ସେହିପରି ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କୁ ଗୃହରେ ହଲାପଟା କରିବା ଲାଗି କି କି ପ୍ରସଙ୍ଗ ଉଠାଯିବ, େସ େନଇ ଆେଲାଚନା େହାଇଥିଲା। କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଏ ସଂକ୍ରାନ୍ତରେ ସୂଚନା େଦଇ କହିଥିଲେ, ଚାଷ ଓ ଚାଷୀଙ୍କ ସମସ୍ୟା, ଦିନକୁ ଦିନ ବଢ଼ୁଥିବା ମହିଳା ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ କେଂଗ୍ରସ ମୁଖ୍ୟ ପ୍ରସଙ୍ଗ କରିବ। ଚାଷୀଙ୍କ ମୁଖ୍ୟ ଦାବି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ନେଇ ରାଜ୍ୟ ସରକାରଙ୍କ ଚରମ ଅବହେଳା କଥା ଉଠାଯିବ। ନିର୍ବାଚନର ଠିକ୍ କେଇମାସ ପୂର୍ବରୁ ଚାଷୀଙ୍କ ସହାୟତା ଦେବାକୁ ଯାଇ ବିଜେଡି ସରକାର କାଳିଆ ଯୋଜନା ପ୍ରଣୟନ କରି ଯେପରି ବାହାବା ନେଉଛନ୍ତି ତାକୁ ବି ପ୍ରସଙ୍ଗ କରିବ ଦଳ । ଏହାସହିତ ଚିଟଫଣ୍ଡ୍ ଦୁର୍ନୀତିରେ ସାମିଲ ଥିବା ଶାସକ ଦଳର ନେତା ଓ ବିଧାୟକଙ୍କୁ ସିବିଆଇ ସମନ କରାଯିବା େନଇ ଗୃହରେ ଉଠାଯିବ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ । ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ସମତାକ୍ରାନ୍ତି ଦଳ ଛାଡ଼ି କଂଗ୍ରେସର ଯୋଗଦେଇଥିବା ବିଧାୟକ ଜର୍ଜ ତିର୍କି ଯୋଗ ଦେଇନଥିଲେ ।