ଭୁବନେଶ୍ବର : ବଜେଡି ବିଧାୟକ ସମ୍ବିତ ରାଉତରାୟ ଓ ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ପୁଅ କଥାକୁ ବାଏଁ ବାଏଁ ଉଡାଇ ଦେଇ ଏହି ଆେଲାଚନାରେ ପୂର୍ଣ୍ଣଛେଦ ଟାଣିବାକୁ ଦାମ ବାବୁ ଚେଷ୍ଟା କରିଥିେଲ ହେଁ, ଏହା କିନ୍ତୁ ଭିନ୍ନ ଏକ ସଙ୍କେତ ଦେଇଛି। ସତରେ କଣ ଦାମ ବାବୁ ବିଜେପିରେ ଖୁସି ନାହାନ୍ତି? ପୂର୍ବରୁ ଟିେକଟ୍ ପାଇ ଦୁଇଜଣ ପ୍ରାର୍ଥୀ (ଭାଗୀରଥି ସେଠୀ ଓ ତୁଷାରକାନ୍ତି ବେହେରା) ବିଜେପି ଛାଡିଥିଲେ। ଉଭୟ ଜିତିଛନ୍ତି ଓ ତୁଷାର ମନ୍ତ୍ରୀ େହାଇଛନ୍ତି। ହାରିଗଲା ପରେ ଦାମ ବାବୁଙ୍କ ମନ ବଦଳିଗଲା କି? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଠିଲାଣି।
ସାଧାରଣ ନିର୍ବାଚନ ପୂର୍ବରୁ ବିେଜପିରେ େଯାଗଦେଇଥିଲେ ଦାମ ବାବୁ। ଏରସମା-ବାଲିକୁଦା ଆସନରୁ ପ୍ରାର୍ଥୀ େହାଇଥିଲେ, ଓ ଲଗାତାର ଭାବେ ଜିତି ଆସୁଥିବା ଦାମ ବାବୁ ହାରିଲେ। ପୂର୍ବରୁ ଦାମ ବାବୁ ବିେଜଡିରୁ ବିଦା େହବା ଓ ବିେଜପିରେ େଯାଗ ଦେବା ସମୟରେ ତାଙ୍କ ଉପରେ ପଡିଥିବା ପ୍ରଭାବ ସଂପର୍କରେ କହିଥିଲେ।
ଆଜି କିନ୍ତୁ ଦାମ ବାବୁଙ୍କ ପୁଅ ତଥା ବିଧାୟକ ଶ୍ରୀ ରାଉତରାୟଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଦାମ ବାବୁଙ୍କ ଭବିଷ୍ୟତ େନଇ ସମ୍ବିତ ଆଜି ଏକ ବଡ଼ ଅନୁମାନ ଲଗାଇଛନ୍ତି। ସେ କହିଛନ୍ତି, ମୁଁ ଅନୁଭବ କରୁଛି ବାପା ବିଜେପିରେ ଖୁସି ନାହାନ୍ତି। ବିଜେପିକୁ ଯାଇ ବାପା ଠିକ୍ କରିନାହାନ୍ତି। ସେଥିପାଇଁ ଲୋକେ ତାଙ୍କୁ ଗ୍ରହଣ କଲେନି ଓ େଯଉଁଥିପାଇଁ ସେ ପରାଜିତ ହେଲେ। ତେବେ ନିର୍ବାଚନରେ ପରାଜୟ ତାଙ୍କ ବ୍ୟକ୍ତିତ୍ୱକୁ କିଛି ପ୍ରଭାବ ପକାଇନି, ସେ ଜଣେ ପରିପକ୍ୱ ନେତା, ଡିସପୋଜେବୁଲ ଆଇଟମ ନୁହନ୍ତି ବୋଲି କହିଛନ୍ତି ସମ୍ବିତ। ଦାମ ବିଜେଡିକୁ ଫେରିବେ କି ପ୍ରଶ୍ନର ଉତ୍ତରରେ ସମ୍ବିତ୍ କହିଛନ୍ତି କି, ରାଜନୀତିରେ କିଛି ବି ଅସମ୍ଭବ ନୁହେଁ ଏବଂ ସୁପ୍ରିମୋ ଚାହିଁଲେ ସେ ଫେରିପାରନ୍ତି େବାଲି ବି ସେ ସୂଚାଇଛନ୍ତି।
ଏହାର କିଛି ସମୟ ପରେ ଡାକ୍ତର ଦାମୋଦର ରାଉତ ଏସବୁକୁ ଖଣ୍ଡନ କରିଛନ୍ତି। କେବଳ ସେତିକି ନୁହେଁ, ସେ ପାଲଟା ପ୍ରଶ୍ନ କରିଛନ୍ତି ମୁଁ ଦୁଃଖରେ ଅଛି ବୋଲି ସେ (ସମ୍ବିତ) କେମିତି ଜାଣିଲେ?
ତାଙ୍କ ପୁଅ ଦେଇଥିବା ମନ୍ତବ୍ୟ ନେଇ ଡାକ୍ତର ରାଉତ କହିଛନ୍ତି “ଏକଥା ମୋ ପୁଅ ନୁହେଁ, ବିଜେଡି ବିଧାୟକ କହିଛନ୍ତି। ମୁଁ ବିଜେପି, ସେ ବିଜେଡିର। ସେ କେମିତି ଜାଣିଲା ମୁଁ ଦୁଃଖୀ ଅଛି ବୋଲି। ମୁଁ ବିଜେପିକୁ ଗଲା ପରେ ସେ ବିଜେଡି ବିଧାୟକ ହୋଇଛି। ପିଲାମାନଙ୍କ ବୟସ ହୋଇଗଲେ, ସେମାନେ ତାଙ୍କର ରାଜନୈତିକ ଭବିଷ୍ୟତ ତିଆରି କରିବେ। ତେଣୁ ଏ ସମ୍ପର୍କରେ ମୋର କିଛି କହିବାର ନାହିଁ। ଆଉ ନିର୍ବାଚନରେ ସେ ଜିତିଛି. ମୁଁ ହାରିଛି। ନିର୍ବାଚନରେ ହାରଜିତ ରହିଛି। ଏହା ଏକ ପ୍ରକ୍ରିୟା। ମୁଁ ମୋ ଦଳରେ ରହିଛି। ନିର୍ବାଚନରେ ହାରିବା ପରେ ଦୁଃଖୀ ବୋଲି ମୁଁ କାହାକୁ କିଛି କହିନି। ସିଏ ଯାହା କହିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତାମତ। ମୁଁ ଯେଉଁ ଦଳରେ ରହିଛି, ନିଷ୍ଠାର ସହିତ ଅଛି।
ବିଜେଡିକୁ ଫେରିବେ କି ପ୍ରଶ୍ନରେ ଦାମ କହିଛନ୍ତି, “ମୋତେ କିଛି ନପଚାରି ରାତିଅଧିଆ କାଢ଼ି ଦେଲେ। ଏବେ ପୁଣି ଡାକିବେ କାହିଁକି? ଏଗୁଡ଼ାକୁ ସବୁ ଅବାନ୍ତର କଥା। ଗଣମାଧ୍ୟମରେ ଚର୍ଚ୍ଚା କରିବା ପାଇଁ ଏପରି କରାଯାଉଛି।”