ରାଜନୈତିକ ହିଂସା, ଅଭିଯୁକ୍ତ ଗିରଫ

ଦଶରଥପୁର: ପରାଜିତ ସରପଞ୍ଚ ପ୍ରାର୍ଥୀ ମଂଗଳପୁର ଥାନା ଜାଫରପୁର ଗ୍ରାମର ଅଶ୍ୱିନୀ ନାୟକ (୪୮)ଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ବିପିନ ବିହାରୀ ମଲ୍ଲିକକୁ ପୁଲିସ ଗିରଫ କରିଛି। ଅଶ୍ୱିନୀ ବାଇକରେ ଯାଉଥିବାବେଳେ ନାରିଗାଁ ରାସ୍ତାରେ ଅଟକାଇ ବିପିନ ଆକ୍ରମଣ କରିଥିଲେ। ଅଶ୍ୱିନୀଙ୍କ ବାଇକ୍‌କୁ ମଧ୍ୟ ଭାଙ୍ଗି ଦେଇଥିଲେ।

ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଯାଜପୁର ପରେ କଟକ ପଠାଇ ଦିଆଯାଇଥିଲା। ଏଥିନେଇ ଅଶ୍ୱିନୀ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨୨୯/୨୨ରେ ମାମଲା ରୁଜୁ କରିଥିଲା। ତୁରନ୍ତ ବିପିନକୁ ଗିରଫ କରାନଗଲେ ଜାଫରପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ଥାନା ଆଗରେ ଧାରଣା ଦିଆଯିବ ବୋଲି ଗତ ଶନିବାର ଚେତାବନୀ ଦେଇଥିଲେ। ଏହାପରେ ପୁଲିସ ପଞ୍ଚାୟତ ଯୁବବିଜେଡି ସଭାପତି ବିପିନ ବିହାରୀ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର