ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ଧବଳଗିରି ଠାରେ ଆଜି ସନ୍ଧ୍ୟାରେ କିଛି ଯୁବକ ଜଣେ ଦୋକାନୀଙ୍କୁ ଆକ୍ରମଣ କରିଛନ୍ତି। ଆହତ ଦୋକାନୀ ଖୋସାଲପୁର ଛକର ପ୍ରଫୁଲ୍ଲ ବେହେରା। ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟାରେ ୭ ନମ୍ବର ୱାର୍ଡର ଜଣେ ପରାଜିତ ପ୍ରାର୍ଥୀ ଓ ତା’ର କେତେକ ସମର୍ଥକ ଶ୍ରୀ ବେହେରାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ।
ପୌର ନିର୍ବାଚନରେ ଶ୍ରୀ ବେହେରା ସେମାନଙ୍କୁ ଭୋଟ୍ ଦେଇନଥିବା ଅଭିଯୋଗ କରି ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/attack.jpg)