ଯାଜପୁରସଦର : ପଞ୍ଚାୟତ ନିର୍ବାଚନ ଉତ୍ତେଜନାକୁ ନେଇ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଆହତ ଯୁବକ ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ପ୍ରକଟପୁର ଅଞ୍ଚଳର ପ୍ରଫୁଲ୍ଲ ମଲିକ(୪୦)। ଏହି ଥାନା ଅନ୍ତର୍ଗତ ତରାଙ୍ଗ ଚମ୍ପେଇପାଳ ନିକଟରେ ଥିବା ଏକ ମଦ ଦୋକାନ ନିକଟରେ ଏପରି ଘଟଣା ଘଟିଛି। ଆହତ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପ୍ରଫୁଲ୍ଲ ଘରକୁ ଫେରୁଥିବା ସମୟରେ ଚମ୍ପେଇପାଳ ଠାରେ ଥିବା ମଦ ଦୋକାନର କର୍ମଚାରୀ ତାଙ୍କୁ ଦୋକାନ ନିକଟକୁ ଡାକି କାହାକୁ ଭୋଟ ଦେବୁ ବୋଲି ପଚାରିଥିଲେ। ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବା ପାଇଁ ଧମକାଇଥିଲା। ତାଙ୍କ କଥା ନଶୁଣି ପ୍ରଫୁଲ୍ଲ ପଳାଇ ଯାଉଥିବା ବେଳେ ସମ୍ପୃକ୍ତ ଯୁବକ ମଦ ଦୋକାନ ଭିତରୁ ଏକ ଧାରୁଆ ଅସ୍ତ୍ର ଆଣି ଆକ୍ରମଣ କରିଥିଲା। ଏଥିରେ ପ୍ରଫୁଲ୍ଲଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ପ୍ରଫୁଲ୍ଲଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/d253683a-20cb-4bff-92d7-5647dfcb20e0.jpg)