ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ସେହି ଗାଁର ଜଣେ ଯୁବକ ଧାରୁଆ ଅସ୍ତ୍ରରେ ହାଣିଛନ୍ତି।

Advertisment

ରାଜନୈତିକି ବଚସାକୁ କେନ୍ଦ୍ର କରି ପାରକେଣା ବଡ଼ ପୋଖରୀ ନିକଟରେ ଯୁବକ ଜଣକ କଟୁରିରେ ଯୁଧିଷ୍ଠିରଙ୍କ ମୁଣ୍ଡ ଓ ହାତକୁ ନିର୍ମମ ଭାବରେ ହାଣିଥିଲେ! ବଳଙ୍ଗା ଥାନାରେ ଏନେଇ ଅଭିଯୋଗ ହୋଇଛି।

ଅଭିଯୋଗ ପରେ ବଳଙ୍ଗା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି। ଘଟଣା ସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଗୁରୁତର ଅବସ୍ଥାରେ ଯୁଧିଷ୍ଠିରଙ୍କୁ ମଙ୍ଗଳପୁର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।