ରାଜନୈତିକ ହିଂସା; ପରାଜିତ ସରପଞ୍ଚ ପ୍ରାର୍ଥୀ ଗୁରୁତର

ଦଶରଥପୁର: ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଧୀନ ଜାଫରପୁର ପଞ୍ଚ‌ାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଛି। ଏଥିରେ ଜଣେ ପରାଜିତ ସରପଞ୍ଚ ପ୍ରାର୍ଥୀ ଅଶ୍ବିନୀ ନାୟକ ଗୁରୁତର ହୋଇଛନ୍ତି। ଅଶ୍ୱିନୀ ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନିଜ ବାଇକ୍‌ରେ ମଙ୍ଗଳପୁର ବଜାରକୁ ଯାଉଥିଲେ। ନାରିଗାଁ ନିକଟସ୍ଥ ଟୁଙ୍ଗାସାହି ଛକ ନିଟକରେ ଅଭିଯୁକ୍ତ ବିପିନ କୁମାର ମଲ୍ଲିକ ତାଙ୍କୁ ଅଟକାଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତା ଉପରେ ଚପଲରେ ପିଟିଥିଲା। ଅତର୍କିତ ଭାବେ ଏକ ଠେଙ୍ଗାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ଏହି ଦୃଶ୍ୟକୁ କେତେଜଣ ଭିଡିଓ ରେକର୍ଡିଂ କରିଥିଲେ। ସ୍ଥାନୀୟ ଅଞ୍ଚଳର ରଂଜନ ମଲ୍ଲିକ, ବିଷ୍ଣୁ ଚରଣ ମଲ୍ଲିକ ଓ ଅଶୋକ ମଲ୍ଲିକ ଅଶ୍ୱିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଙ୍ଗଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଏନେଇ ଅଶ୍ୱିନୀଙ୍କ ପକ୍ଷରୁ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଭଙ୍ଗାଯାଇଥିବା ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର