ଭୁବନେଶ୍ବର : ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଜୋରଦାର ଚାଲିଛି। ଯେତେବେଳେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତର ତଦାରଖ କରାଯାଉଛି ସେତେବେଳେ ଏହାକୁ ନେଇ ରାଜନୀତି କରାଯିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଶ୍ରୀ ପାତ୍ର କହିଛନ୍ତି ଯେ, ଏହି ସମ୍ବେଦନଶୀଳ ଘଟଣାର ତଦାରଖ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଏହାର ରାଜନୀତିକରଣ କରାଯିବା ଅାଦୌ ଗ୍ରହଣୀୟ ନୁହେଁ। ବରଂ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଭଲ ବୋଲି ସେ କହିଛନ୍ତି।