ରାଜନୀତିର ପଶାପାଲିରେ ‘ଚାଷୀ’ କାର୍ଡ

ବରଗଡ଼ : ଆସନ୍ତା ବର୍ଷ ସାଧାରଣ ନିର୍ବାଚନ। ତାରିଖ ଧାର୍ଯ୍ୟ ହୋଇନଥିଲେ ହେଁ ସବୁ ରାଜନୈତିକ ଦଳ ପକ୍ଷରୁ କସରତ ଢେର ଦିନରୁ ଆରମ୍ଭ ହୋଇଯାଇଛି। ଆଗାମୀ ନିର୍ବାଚନରେ ଚାଷୀ ଏବ˚ ଚାଷ ସମସ୍ୟା ମୁଖ୍ୟ ପ୍ରସ˚ଗ ଭାବେ ଉଭା ହେବ ‌ବୋଲି କୁହାଯାଉଛି। ଏହି କାର୍ଡକୁ ଯିଏ ସଠିକ୍‌ ଚାଳନା କରିବ, ତାହାରି ବିଜୟ ସମ୍ଭାବନା ଅଧିକ ବୋଲି ରାଜନୀତି ବିଷାରଦ କହୁଛନ୍ତି। ବିଜେପୁର ନିର୍ବାଚନ ବେଳେ ଗାଇସିଲାଟ୍‌, ବିଜେପୁର ଏବ˚ ବରପାଲିର ମରୁଡ଼ି ସ୍ଥିତି ଗୋଟିଏ ପ୍ରମୁଖ ପ୍ରସଂଗ ରହିଥିଲା। ଏହି ତିନୋଟି ବ୍ଲକରେ ଜଳସେଚନ ସୁବିଧା ପାଇଁ ବର୍ଷବର୍ଷ ହେଲା ଦାବି ହୋଇଆସୁଛି। ଠିକଣା ସମୟରେ ରାଜ୍ୟ ସରକାର ଗଂଗାଧର ମେହେର ଜଳସେଚନ ପ୍ରକଳ୍ପର ଘୋଷଣା କରିଦେଲେ। କିନ୍ତୁ ଏହି ପ୍ରକଳ୍ପରେ ବିଶେଷ ଅଗ୍ରଗତି ହୋଇନାହିଁ। ଏହାକୁ ମୁଖ୍ୟ ପ୍ରସଂଗ କରି ବିଜେପି ପୁଣି ବିଜେଡିକୁ ଚ୍ୟାଲେଞ୍ଜ ଦେବ ବୋଲି ଶୁଣାଯାଉଛି। ବିନା ଡିପିଆର‌୍‌ ଏବ˚ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା ନକରି ରାଜ୍ୟ ସରକାର ଏହି ପ୍ରକଳ୍ପ ‌ଘୋଷଣା କରିଛି ବୋଲି ଗାଁଗଣ୍ଡାରେ ପ୍ରଚାର ବେଳେ ବିଜେପି ନେତା କହି ବୁଲିଲେଣି। କ˚ଗ୍ରେସ ମଧ୍ୟ ଚାଷୀ ଆତ୍ମହତ୍ୟା ଏବଂ ମରୁଡ଼ି ପରିସ୍ଥିତି ସହ ଜଳ ସଂକଟ ପ୍ରସଂଗକୁ ନିର୍ବାଚନ ଯାଏଁ ବଂଚାଇ ରଖିବାକୁ ପ୍ରୟାସ ଚଳାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ମଧ୍ୟ ଆଗାମୀ ନିର୍ବାଚନ ବେଳେ ଗୋଟିଏ ପ୍ରମୁଖ ପ୍ରସଂଗ ହେବାକୁ ଯାଉଛି। ବର୍ଷେ ହେଲା ଜିଲ୍ଲା ବ୍ୟାପୀ ବୀମା ବିଭ୍ରାଟ ଲାଗି ରହିଛି। ଜିଲ୍ଲାର ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି। ତଥାପି ଏହି ସମସ୍ୟା ପ୍ରଶମିତ ହୋଇନାହିଁ। ଚାଷୀ ଆନ୍ଦୋଳନ ବେଳେ ବିଭିନ୍ନ ଦଳରେ ନେତା ପହଂଚି ଚାଷୀଙ୍କ ବିଶ୍ବାସଭାଜନ ହେବା ପାଇଁ ଚେଷ୍ଟା ଜାରି ରଖିଥିଲେ। ସ୍ଥାନୀୟ ବିଜେଡି ନେତା ରାଜ୍ୟ ସରକାରଙ୍କ ଏବଂ ବିଜେପି ନେତାଏ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସିଆମାନେ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଫଳରେ ସବୁ ଦଳ ଚାଷୀ ଓ ଚାଷ ସମସ୍ୟାକୁ ନିର୍ବାଚନୀ କାର୍ଡ ଭାବେ ବ୍ୟବହାର କରିବା ସ୍ବାଭାବିକ।

ସମ୍ବନ୍ଧିତ ଖବର