କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ବର : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌କୁ ନେଇ ଏବେ ରାଜନୀତି ତେଜିଛି। ବିରୋଧୀ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଦିନ ବିଜେପି ନେତା ବିଜୟ ମହାପାତ୍ର କ୍ରାଇମବ୍ରାଞ୍ଚର ଚାର୍ଜସିଟ୍‌କୁ ସମାଲୋଚନା କରି କହିଛନ୍ତି ଯେ ନବ ଦାସ ହତ୍ୟା ମାମଲାରେ ଷଡଯନ୍ତ୍ରକୁ ନେଇ ତଦନ୍ତ ହୋଇନାହିଁ। ଏହି ମାମଲାରେ ହତ୍ୟାର ଉଦ୍ଦେଶ୍ୟ କ’ଣ ତାହା ଜାଣିବା ଆବଶ୍ୟକ ଥିଲା। କିନ୍ତୁ ସେମିତି ହୋଇନାହିଁ। କ୍ରାଇମବ୍ରାଞ୍ଚ ଏକ କଭରଅପ୍ ବ୍ରାଞ୍ଚ ପାଲଟିଯାଇଛି।

କ୍ରାଇମବ୍ରାଞ୍ଚ ଏବେ କଭରଅପ୍ ବ୍ରାଞ୍ଚ ପାଲଟିଛି: ବିଜୟ
ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଛି, ଆହୁରି ତଦନ୍ତ ହେବ: ଗୃହ ରାଷ୍ଟ୍ର ମନ୍ତ୍ରୀ

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇ ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା କରିଛନ୍ତି।

କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ବିରୋଧୀ ସମାଲୋଚନା କରିବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରଯାଇଛି। ଆହୁରି ତଦନ୍ତ ବାକି ଅଛି। ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ତଦନ୍ତ ଚାଲିଛି। ତଦନ୍ତ ସରିଲେ ଜଣାଇ ଦିଆଯିବ।

ସମ୍ବନ୍ଧିତ ଖବର