ଆଗକୁ ବଡ଼ ହଟଚମଟ : ନେତାଙ୍କ ଚୌକିରେ ବାବୁଙ୍କ ଆଖି

ବିଦ୍ରୋହୀଙ୍କ ପାଇଁ ଖୋଲିଲାଣି ନୂଆ ଦଳ, ଅବସର ନେଇପାରନ୍ତି ବହୁ ପୁରୁଖା ନେତା, ଦଳ ଛାଡ଼ିବା, ମିଶ୍ରଣ ପର୍ବ ସଂଖ୍ୟା ବଢ଼ିବ

ଭୁବନେଶ୍ୱର (ଭବାନୀ ଶଙ୍କର ତ୍ରିପାଠୀ): ବାବୁ ଦଖଲ କରିବେ ରାଜନେତାଙ୍କ ସ୍ଥାନ। ଲୋକସଭା ବା ବିଧାନସଭାେର ପ୍ରାର୍ଥୀ ହେବେ। ତୃଣମୂଳସ୍ତରରେ କର୍ମୀଙ୍କ ସହିତ ରହିଥିବା କିଛି ‌ନେତାଙ୍କୁ ଦଳର ମୁଖିଆ ହଠାତ୍ ମୁଖ୍ୟ ସ୍ରୋତକୁ ଟାଣିଆଣି ଯାଚିବେ ନିର୍ବାଚନୀ ଟିେକଟ୍। ୧୯୭୦ରୁ ୧୯୯୦ ମସିହା ମଧ୍ୟରେ ରାଜନୀତିରେ ପାଦ ଥାପିଥିବା ରାଜ୍ୟ ରାଜନୀତିର ଚର୍ଚ୍ଚିତ କିଛି ନେତାଙ୍କୁ ଅବସର ନେବା ପାଇଁ ବାଟ ଖୋଲି ଦିଆଯିବ। କିଛି ନେତା ଅବହେଳିତ ବୋଲି ଅନୁଭବ କରି ଦଳ ଡେଇଁବେ, ଆଉ କିଛି ବୟସ୍କ ଏବଂ ବରିଷ୍ଠ ନୂଆ ଘର ଖୋଲି ପ୍ରତିଦ୍ବନ୍ଦ୍ବୀ ସାଜିବା ଲାଗି ପାଗ ଭିଡିବେ।

ସମଗ୍ର ଓଡ଼ିଶା ଏବେ ପୁରୁଷ ବିଶ୍ବକପ୍ ହକି ଜ୍ବରରେ କମ୍ପୁଛି। ଠିକ ଏମିତି ଏକ ସମୟରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ପାଣିପାଗ ଧୀରେ ଧୀରେ ଉଷ୍ମ େହଲାଣି ଓ ପ୍ରାକ୍ ରାଜନୀତି ଦୃଶ୍ୟପଟ୍ଟ ସୂୂଚାଉଛି, ଏମିତି ଢଙ୍ଗରେ ଆଗକୁ ନୂଆ ସମୀକରଣ େହବ। ତିନି ପ୍ରମୁଖ ରାଜନୈତିକ ଦଳ ବିେଜଡି, ବିେଜପି ଓ କଂଗ୍ରେସରେ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ େହାଇଗଲାଣି। କିଏ ଟିକେଟ୍ ପାଇବେ, କାହାକୁ ବାଦ୍ ଦିଆଯିବ େସ େନଇ େଜାରଦାର କସରତ ଚାଲିଛି।

ବିେଜଡିରୁ ବିଦା େହାଇଥିବା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତ ଆଜି ବିଜୁ ସମତାକ୍ରାନ୍ତି ଦଳ ଗଠନ କରିଛନ୍ତି। ପୂର୍ବରୁ ବିଧାୟକ ଜର୍ଜ ତିର୍କୀ ସମତାକ୍ରାନ୍ତି ଦଳ ଛାଡି େଜଏମ୍ଏମ୍ ଓ ପରେ କେଂଗ୍ରସରେ େଯାଗ େଦଇଥିେଲ। ପୂର୍ବତନ ସାଂସଦ ପ୍ୟାରୀେମାହନ ମହାପାତ୍ରଙ୍କ ଜନମୋର୍ଚା ସମତାକ୍ରାନ୍ତି ଦଳରେ ବିଲୀନ େହାଇଥିଲା। ଆଜି ସମତାକ୍ରାନ୍ତି ଦଳ ଓ ଦାମ ମିଶି ଏହି ନୂଆ ଦଳ ଗଠନ କରିଛନ୍ତି। ଗତ ନିର୍ବାଚନରେ େଯତେସବୁ ଆଞ୍ଚଳିକ ଦଳ ଗଠନ ହୋଇଥିଲା, େସସବୁ ଇତିମଧ୍ୟରେ ପ୍ରାୟ ନିଷ୍ପ୍ରଭ େହାଇଗଲେଣି। ଏଣୁ ନୂଆ ଦଳ ହିସାବରେ ତଥା ବିଜୁ ଅନୁଗତଙ୍କ ପାଇଁ ଏହା ଆଶ୍ରୟ େକନ୍ଦ୍ର ପାଲଟିପାରେ।

େସପଟେ କିଛି େନତାଙ୍କ ରାଜନୈତିକ ଭବିଷ୍ୟତ େନଇ ଏବେ ଚର୍ଚ୍ଚା ଆେଲାଚନା େଜାର ଧରିଛି। ତାଙ୍କ ଠାରୁ ବହୁ ପଛରେ ଆସି ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ
ବିେଜପି ଦ୍ବାର େଖାଲିେଦଲା। ଅଥଚ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଥଇଥାନ ସଂପର୍କରେ େଠାସ୍ କିଛି ସୂଚନା ମିଳିପାରୁନାହିଁଁ। େସ ବିେଜପି ନିଷ୍ପତ୍ତିକୁ ଅେପକ୍ଷା କରିଛନ୍ତି କିମ୍ବା କେଂଗ୍ରସକୁ ଯିବେ େସ େନଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା େହଉଛି। ଯେ କୌଣସି ମୁହୂର୍ତରେ ବିେଜପି ଛାଡ଼ିପାରନ୍ତି ଦଳର ବରିଷ୍ଠ େନତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟମାେନ। େସମାନେ ନୂଆ ଦଳ ଗଢ଼ିବେ କି ପୁରୁଣା ଦଳକୁ େଫରିବେ ତାହା ଆଜି ବି ଅସ୍ପଷ୍ଟ ରହିଛି। ଏମାନଙ୍କୁ େନଇ ନଭେମ୍ବର ଓ ଡିେସମ୍ବର ମାସରେ ରାଜନୀତିରେ ହଟଚମଟ େହାଇପାରେ।

ଏମାନଙ୍କ ବ୍ୟତୀତ ବର୍ତମାନ ବିଧାନସଭାର ବହୁ ସଭ୍ୟଙ୍କ ପାଇଁ ଆସନ୍ତା ନିର୍ବାଚନ ଅବସର ବାଟ େଖାଲିପାରେ। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ନିର୍ବାଚନ ଲିଢ଼ବେ ନାହିଁ େବାଲି ସୂଚନା େଦଇଛନ୍ତି। ଗତଥର େଶଷ ମୁହୂର୍ତରେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି େନଇଥିେଲ ସୁଜ୍ଞାନ କୁମାର େଦଓ ଓ ଜିତିଥିଲେ। ଏଥର ନିର୍ବାଚନ ଲଢ଼ି‌େବ ନା ନାହିଁ, ତାହା ଉପରେ ବି ପ୍ରଶ୍ନଚିହ୍ନ ରହିଛି। ମନ୍ତ୍ରୀ ଅନନ୍ତ ଦାସ, ବିଧାୟକ ଯୁଗଳ କିେଶାର ପଟ୍ଟନାୟକ, େଯାଗେନ୍ଦ୍ର େବହେରାଙ୍କ ଭଳି ବହୁ େନତା ଚର୍ଚ୍ଚାରେ ଅଛନ୍ତି, େଯଉଁମାେନ ନିଜ ପୁଅ ପାଇଁ ଚୌକି ଛାଡ଼ିବା ପାଇଁ ଚାହୁଁଛନ୍ତି। ବିଜେପି ବିଧାୟକ ଦୁେର୍ଯ୍ୟାଧନ ମାଝୀ ମଧ୍ୟ ନିଜ ପୁଅର ଭବିଷ୍ୟତ ପାଇଁ ନିର୍ବାଚନ ନ ଲଢ଼ିବା ସମ୍ଭାବନା ଅଧିକ। ସଂସଦରେ ବିେଜଡି େନତା ଅର୍ଜୁନ େସଠୀଙ୍କ ଭଳି ବହୁ େନତାଙ୍କୁ ଟିେକଟ୍ ମିଳିବା ସମ୍ଭାବନା କ୍ଷୀଣ।

ଏମାନଙ୍କ ବ୍ୟତୀତ ଆହୁରି ବହୁ ବିଧାୟକ ବିଭିନ୍ନ ଦଳରେ ଅଛନ୍ତି, େଯଉଁମାନଙ୍କୁ ଦଳ ଟିେକଟ୍ ନ େଦଇପାେର। ଏପରି ପରିସ୍ଥିତିରେ ବିଭିନ୍ନ ଦଳରେ ବିେଦ୍ରାହୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିପାରେ। ଏମାେନ ପ୍ରତିପକ୍ଷ ଦଳରେ େଯାଗଦେବେ କିମ୍ବା ନୂଆ ଦଳର ଆଶ୍ରୟ େନବେ ଅଥବା ନିରବ ରହିବେ, ତାହା ଆସନ୍ତା ଦିନରେ ନିର୍ଣ୍ଣୟ ହେବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା େହଉଛି, ରାଜ୍ୟ ରାଜନୀତିରେ ବାବୁଙ୍କ ଭୂମିକା େନଇ ୨୦୦୯ ମସିହାରୁ ବିତର୍କ ଲାଗି ରହିଛି। ବିେଜଡି ଥାଇ େସ ସମୟରେ ପୂର୍ବତନ ସାଂସଦ ପ୍ୟାରୀେମାହନ ଏ ପ୍ରସଙ୍ଗ ଉଠାଇଥିଲେ। ଯଦିଓ େସ ନିଜେ ଜଣେ ଅବସରପ୍ରାପ୍ତ ପ୍ରଶାସକ, ତଥାପି ରାଜ୍ୟ ରାଜନୀତିରେ ବାବୁମାେନ ଅଧିକ ମୁଣ୍ଡ େଖଳାଉଥିବା ଅଭିେଯାଗ ଉଠିଥିଲା। େସବେ ପ୍ୟାରୀ ବାବୁଙ୍କୁ ବିେରାଧ କରି ଗର୍ଜନ ତର୍ଜନ କରୁଥିବା ତତ୍କାଳୀନ ବିେଜଡି େନତା ତଥା ମନ୍ତ୍ରୀ ଡାକ୍ତର ଦାେମାଦର ରାଉତ ଏବେ େସ ପ୍ରସଙ୍ଗକୁ େଘାଷୁଛନ୍ତି।

ଠିକ୍ ଏମିତି ଏକ ସମୟରେ ରାଜ୍ୟ ରାଜନୀତିକୁ ବାବୁମାେନ ପ୍ରତ୍ୟକ୍ଷ ଭାବେ ଆସିବା ଆରମ୍ଭ କଲେଣି। େସମାନଙ୍କ ଆଖି ବିଧାନସଭା ଓ େଲାକସଭା ଉପରେ ରହିଛି। ପୂର୍ବତନ ପ୍ରଶାସକ ଅରୁପ ପଟ୍ଟନାୟକ, ଅମର ପଟ୍ଟନାୟକ ନିର୍ବାଚନ ରାଜନୀତିରେ ବିେଜଡି େଗାଟି େହାଇପାରନ୍ତି। ଏମାେନ ଦଳରେ ‌େଯାଗ େଦଇସାରିଲେଣି।

ହଠାତ୍ ଆଇଏଏସ୍ ଚାକିରି େମାହ ଛାଡ଼ି ଅପରାଜିତା ଷଡ଼ଙ୍ଗୀ ମଧ୍ୟ ରାଜନୀତି ମୁହାଁ େହାଇଛନ୍ତି। ଆସନ୍ତା ୨୭ ତାରିଖରେ େସ ବିେଜପିିେର େଯାଗଦେବେ। େତବେ ଏହାର ଅବ୍ୟବହିତ ପୂର୍ବରୁ ବିେଜପିର ବରିଷ୍ଠ େନତା ବିଶ୍ବଭୂଷଣ ହରିଚନ୍ଦନ ଅପରାଜିତାଙ୍କୁ ସମର୍ଥନ େଯାଗାଇ ଦିଆଯିବ େବାଲି େଖାଲାେଖାଲି କହିଛନ୍ତି ଓ ଭୁବନେଶ୍ବର େଲାକସଭା ଆସନ ପ୍ରାର୍ଥିତ୍ବ ସଂପର୍କରେ ଠାରିଛନ୍ତି। ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଚିଲିକା ବିଧାନସଭା ଆସନପାଇଁ ପ୍ରସ୍ତୁତ େହଉଥିବା ସଂପର୍କରେ ସୂଚାଇ ବିଶ୍ବଭୂଷଣ ପରୋକ୍ଷରେ ନିଜ ଭାଇ ତଥା ବିେଜପି ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନଙ୍କ ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ରାଜନୈତିକ ବିେଶଷଜ୍ଞମାେନ କହିବା କଥା, ଏହି ନିର୍ବାଚନ ଅନେକ ଦୃଷ୍ଟିେକାଣରୁ ଗୁରୁତ୍ବପୂର୍ଣ୍ଣ େହାଇପାରେ। କାରଣ ନିର୍ବାଚନ ପୂର୍ବରୁ ୩୩% ମହିଳା ସଂରକ୍ଷଣ କାର୍ଡ େଖଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଯଉଁ ସଙ୍କେତ େଦଇଛନ୍ତି, େସଥିରେ ଆଗକୁ ବହୁ ମହିଳାଙ୍କୁ ନିର୍ବାଚନରେ ଆଗକୁ ଆସିବା ପାଇଁ ବାଟ େଖାଲିପାରେ। ସ୍ବାଭାବିକ ଭାବେ ଏହା ଅନ୍ୟ ଦଳକୁ ମଧ୍ୟ ଚାପରେ ରଖିବ। ଏପରି େହଲେ ୨୦୧୯ ନିର୍ବାଚନ ଓଡ଼ିଶା ରାଜନୀତିରେ ଗତ ୪ଟି ନିର୍ବାଚନ ତୁଳନାରେ ଅଧିକ େରାଚକ େହବ।

ସମ୍ବନ୍ଧିତ ଖବର