କଣ୍ଟାମାଳର ଦୁଇଟି ବୁଥ୍‌ରେ ସାନି ମତଦାନ ଜାରି

କନ୍ଧମାଳ: କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥ‌୍‌ରେ ଗୁରୁବାର ସାନି ମତଦାନ ଜାରି ରହିଛି। କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ ।

କିରାସିରା ବୁଥରେ ରିଗିଂ ଅଭିଯୋଗ ହୋଇଥିଲା । ସେହିପରି ମହେଶ୍ୱରପିଣ୍ଡା ବୁଥ୍‌ରେ ମତଦାନ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ମତଦାନ ବନ୍ଦ ରହିଥିଲା । ସେଠାରେ ସାନି ମତଦାନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।

ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥ୍‌ର ସମସ୍ତ ଭୋଟରଙ୍କୁ ଏନେଇ ସୂଚନା ଦେବା ପାଇଁ ଉଭୟ ବୌଦ୍ଧ ଓ କନ୍ଧମାଳର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଇସିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ଇସିଆଇଙ୍କ ପକ୍ଷରୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର