ସଇନ୍ତଳା: ମୌଳିକ ସମସ୍ୟାର ସମାଧାନ ନହେବାରୁ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ତଳୀ ଅନ୍ତର୍ଗତ ସଇନ୍ତଲା ବ୍ଲକ୍ କରମତଲା ପଞ୍ଚାୟତର ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି ଏବଂ ଗୋଟିଏ ବି ଭୋଟ୍ ପଡ଼ିନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମର ମୋଟ ଭୋଟର ସଂଖ୍ୟା ହେଉଛି ୧୦୭୧। କରମତଲା ଗ୍ରାମ ପଞ୍ଚାୟତଠାରୁ ୧୫ କିମି ଦୂର ବଣଜଙ୍ଗଲ ଘେରା ମଧ୍ୟରେ ଏହି ତିନି ଗାଁ ଅବସ୍ଥିତ। ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ବର୍ଷାଦିନରେ ନାହିଁ ନଥିବା ଅସୁବିଧା ଭୋଗ କରିଥା’ନ୍ତି। ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରିନଥାଏ। ରାସ୍ତା ସମସ୍ୟା ଭଳି ଆହୁରି ଅନେକ ସମସ୍ୟା ରହିଛି। ଗତ ସେପ୍ଟେମ୍ବର ମାସରେ ଗ୍ରାମବାସୀ ଏ ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିବା ପରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ଭୋଟ୍ ଗ୍ରହଣର ପୂର୍ବଦିନ ପର୍ଯ୍ୟନ୍ତ କୌଣସି ଅଧିକାରୀ ଗ୍ରାମକୁ ଆସିନଥିଲେ। ଏହାର ପ୍ରତିବାଦରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦାବଯୁରୀ ଗ୍ରାମରେ ଥିବା ବୁଥ୍ ନଂ ୧୫ରେ ଗୋଟିଏ ମଧ୍ୟ ଭୋଟ ପଡ଼ିନଥିବା ପ୍ରିଜାଇଡିଂ ଅଧିକାରୀ ରାନୁ ମେହେର ସୂଚନା ଦେଇଛନ୍ତି।
ଜଗିରହିଲେ ପୋଲିଂ ଟିମ୍: ଗୋଟିଏ ବି ଭୋଟ୍ ପଡ଼ିଲାନି
/sambad/media/post_attachments/wp-content/uploads/2024/05/gggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)