ଆନନ୍ଦପୁର : ବୁଥ୍କୁ ଯିବା ପୂର୍ବରୁ ଆଜି ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିିଲ୍ଲା ଆନନ୍ଦପୁର ନିକଟ ଶାଳପଡ଼ାରେ ଇଭିଏମ୍ ବିତରଣ କେନ୍ଦ୍ର ନିକଟରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ ଚମ୍ପୁଆ ଥାନା ସରେଇ ବିଏନ୍ ହାଇସ୍କୁଲର କର୍ମଚାରୀ ଅଭୟ ସେଠୀ(୫୫)। ସେ ଆଜି ଅପରାହ୍ଣ ୩ ଟା ବେଳେ ଇଭିଏମ୍ ସଂଗ୍ରହ ପାଇଁ ଶାଳପଡ଼ା ଆସିଥିଲେ। ଏହି ସମୟରେ ହଠାତ୍ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଉପଖଣ୍ତ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି।
ବୁଥ୍କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/04/Jajpur-ANDAPUR-Dead-polling-staff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)