ରାମଚନ୍ଦ୍ରପୁର: ପଞ୍ଚାୟତ ନିର୍ବାଚନର ଉଷ୍ମତା ଏଯାଏଁ କମିନି। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗାଁରେ ଆଜି ରାଜନୈତିକ ହିଂସାକାଣ୍ତ ଘଟିଛି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। ଗତକାଲି ସଂଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଆଜି ଅପରାହ୍ନରେ ସୁନନ୍ଦ ସେଠୀ (୩୨) ଏବଂ ଚନ୍ଦନ ବେହେରା(୨୩) ସାଇଁକୁଳ ବଜାରରୁ ନିଜ ଘରକୁ ଫେରିବା ସମୟରେ ସେହି ଗ୍ରାମର ଜଣେ ଯୁବକ ଉଭୟଙ୍କୁ ଅଟକାଇ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଏକ ପିସ୍ତଲରୁ ଅତିନିକଟରୁ ଗୁଳି କରିଥିଲା। ଘଟଣାସ୍ଥଳରେ ସୁନନ୍ଦଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଚନ୍ଦନ ବେହେରାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ତକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ପୁଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତକୁ ଗିରଫ କରିନି।
ଖଲଣାରେ ରାଜନୈତିକ ହିଂସା: ଗୁଳିମାଡ଼ରେ ଜଣେ ମୃତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2022/07/65sf4h65sh4f65sfhfhhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)