ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ପଲିଥିନ ମୁକ୍ତ ରାଜ୍ୟ ପାଇଁ ସକଳ୍ପ ନେଇଛନ୍ତି। ସେଥି ପାଇଁ ପ୍ରଥମ ପର୍ଯ୍ୟାୟରେ ଏହାକୁ ସହରାଞ୍ଚଳରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ପୁରୀ ସମେତ ରାଜ୍ୟର ଛୋଟ ଛୋଟ ସହରରେ ମଧ୍ୟ ପଲିଥିନ ନିଷିଦ୍ଧ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପଲିଥିନ ମୁକ୍ତ ରାଜ୍ୟ ପାଇଁ ସହରାଞ୍ଚଳରେ ଥିବା ଦୋକାନ, ବଜାରକୁ ପ୍ରଥମେ ଟାର୍ଗେଟ କରାଯାଇଛି। ସହରାଞ୍ଚଳରେ କୌଣସି ପ୍ରକାରର ପଲିଥିନ ବ୍ୟବହାର କରାଯାଇପାରିବ ନାହିଁ। ନିୟମ ବିରୋଧରେ ଯାଉଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ଏଥିପାଇଁ ସରକାର ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଅଧିକାର ଦେଇଛନ୍ତି। ଜିଲ୍ଲାପାଳ ଦଣ୍ଡ ଶୁଣାଇ ପାରିବେ।

ରାଜ୍ୟ ସରକାର ପଲିଥିନ ବ୍ୟତୀତ ପ୍ଲାଷ୍ଟିକକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତେଣୁ ପ୍ଲାଷ୍ଟିକରୁ ତିଆରି ଜିନିଷ ଉପରେ ମଧ୍ୟ ନଜର ରଖିଛନ୍ତି। ବଜାରରେ ଦୋକାନୀମାନେ ପରିବେଶକୁ କ୍ଷତି ପହଞ୍ଚାଇବାକୁ ଥିବା ପ୍ଲାଷ୍ଟିକରୁ ତିଆରି ଚାମଚ, ଥାଳି, ଗ୍ଲାସ ବିକ୍ରି କରିପାରିବେ ନାହିଁ। ସେହିଭଳି ପ୍ଲାଷ୍ଟିକ ଫୁଲ ଓ ଘର ସଜାଇବା ସାମଗ୍ରୀ ଉପରେ ମଧ୍ୟ କଟକଣା ରହିବ।