ବଡ଼ବିଲ : ବଡ଼ବିଲ ପୌର ସଂସ୍ଥା ପରିମଳ ବିଭାଗ ପକ୍ଷରୁ ବିଭିନ୍ନ ଦୋକାନରେ ଚଢଉ କରାଯାଇ ୮ କୁଇଣ୍ଟାଲ ପଲିଥିନ ଜବତ୍ କରାଯାଇଛି। ଏହି ପଲିଥିନର ମୂୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ପଲିଥିନ୍ ନିିଷିଦ୍ଧ କରାଯାଇଛି। ପୌରାଞ୍ଚଳର ସମସ୍ତ ଦୋକନରେ ବେଆଇନ ଭାବେ ପଳିଥିନ୍ ବ୍ୟାଗ ବ୍ୟବହୃତ କରାଯାଉଥିବାନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଏକାଧିକ ଦଳ ଏକ ସମୟରେ ବଡ଼ବିଲ ସହର ମଧ୍ୟରେ ଥିବା ବିଭିନ୍ନ ଦୋକାନରେ ଚଢଉ କରି ସମୁଦାୟ ୮ କୁଇଣ୍ଟାଲ ପଲିଥିନ୍ ବ୍ୟାଗ୍ ଜବତ୍ କରିଥିଲେ। ଚଢଉରେ ପରିମଳ ନିରୀକ୍ଷକ କାଳିପ୍ରସାଦ ମହାନ୍ତ, ରାଜେନ୍ଦ୍ର ସିଂ, ସୌମ୍ୟରଂଜନ ବାରିକ, ସୌମ୍ୟରଂଜନ ବେହେରା, ବିକ୍ରମ କେଶରୀ ବଳ, ପୌରଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, କନିଷ୍ଠ ଯନ୍ତ୍ରୀ ମାନସ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/8eecce8a-f5e9-43e7-bbbd-44f84883bf98.jpg)