ଡ୍ରିମ୍‌ସରେ ପୂଜ୍ୟପୂଜା ସମାରୋହ: ୫ ପ୍ରତିଭାଦୀପ୍ତଙ୍କୁ ‘ଧନେଶ୍ବର ରଥ ସ୍ମୃତି ସମ୍ମାନ’

କଟକ: ଧନେଶ୍ବର ରଥଙ୍କ ୨୮ତମ ପୁଣ୍ୟ ତିଥି ଅବସରରେ ସୋମବାର ଟାଙ୍ଗୀସ୍ଥିତ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନର ଜୟଶ୍ରୀ ଅଡିଟୋରିୟମ୍‌ରେ ‘ପୂଜ୍ୟପୂଜା ସମାରୋହ-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ପଦ୍ମଶ୍ରୀ ଡ. ଶ୍ୟାମାମଣି ଦେବୀ, ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ସେବକ ଜଗନ୍ନାଥ ସ୍ବାଇଁ ମହାପାତ୍ର, ଶିକ୍ଷାବିତ୍ ପ୍ରଫେସର ଡ. କମଳାକାନ୍ତ ମିଶ୍ର, କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ତାର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ ଓ ଭାରତୀୟ କ୍ରିକେଟ ତାରକା ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତବର୍ଷର ‘ଧନେଶ୍ବର ରଥ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ଧନେଶ୍ବର ରଥ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଇଂ ଲଳିତମୋହନ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ଯୋଗଦେଇ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟଅତିଥି ଭାବରେ ସନ୍ଥ ଡ. ଶ୍ରୁତିସାଗର ସରସ୍ବତୀ ଯୋଗଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ଅମୃତ ଅନୁଭବ’ ଉନ୍ମୋଚନ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ନର୍ସିଂ ଛାତ୍ରୀ ସୌଗତା ପଖିରା ନୃତ୍ୟ ଓ +୨ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ। ପ୍ରାଧ୍ୟାପିକା ଡ. ଲିନା ପଟ୍ଟନାୟକ ଓ ପ୍ରାଧ୍ୟାପିକା ଡ. କ୍ରିଷ୍ଣାପ୍ରଦା ଦାଶ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଘୋଡ଼ାନାଚ ଶିଳ୍ପୀ ପଦ୍ମଶ୍ରୀ ଡ. ଉତ୍ସବ ଚରଣ ଦାସ, ସିଦ୍ଧଗିରି ମଠର ବାବା ବିଶ୍ବନାଥ ଦାଶ, ଅବସରପ୍ରାପ୍ତ ପ୍ରଶାସକ ପ୍ରପୁଲ୍ଲ ଚନ୍ଦ୍ର ରଥ, ପ୍ରାଶାସନିକ ନିର୍ଦ୍ଦେଶକ ବଳରାମ କର, ଉପଦେଷ୍ଟା ଶାନ୍ତନୁ କୁମାର ଶତପଥୀ, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ଇଂ. ଦୁର୍ଗାପ୍ରସାଦ ରଥ, ପ୍ରଫେସର ଡା. ଶିଶୁଶଙ୍କର ମିଶ୍ର, ପ୍ରଫେସର ଡା. ଶକ୍ତିପ୍ରସାଦ ଦାସ, ରେଜିଷ୍ଟ୍ରାର ଡ. କଲ୍ୟାଣ କୁମାର ସାହୁ, ଡ. ନୟନ ରଂଜନ ସାମଲ, ଇଂ. ପ୍ରଦୀପ୍ତ ରଂଜନ ମହାନ୍ତି, ଡ. ହିମାଂଶୁ କୁମାର ମହାନ୍ତି, କ୍ରାଡା ନିର୍ଦ୍ଦେଶକ ନବକିଶୋର ମିଶ୍ର, ଡ. ଦୀପକ କୁମାର ଭଟ୍ଟାଚାର୍ଯ୍ୟ, ଡ. ପି. କଙ୍ଗେଶ୍ବରୀ, ଡ. ସୁଶାନ୍ତ କୁମାର ଦାସ, ଆଇନଜୀବୀ ବିଧୁଭୂଷଣ ଶତପଥୀ, ବିଷ୍ଣୁ ଦାସ, ସଚିବ ହିମାଂଶୁ ଭୂଷଣ କର, ପ୍ରାଣବନ୍ଧୁ ନାୟକ, ଚନ୍ଦ୍ରକାନ୍ତ ପଣ୍ତା, ପ୍ରାଶାସନିକ ଅଧିକାରୀ ଆଶୁତୋଷ ଦ୍ବିବେଦୀଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ଆବାହକ ନିରାକାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଓ ଅଧ୍ୟାପକ ଡ. ଅଜିତ୍ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର