ବାଲିଆପାଳ : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଅଧୀନ ପଞ୍ଚୁପାଲି ପଞ୍ଚାୟତ କାଳସିମୁଳି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗରିବ ବାପା ତାଙ୍କ ପୁଅ ପାଇଁ ମୋବାଇଲ୍ କିଣି ଦେଇ ନ ପାରିବାରୁ ସେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ହେଉଛନ୍ତି; ହିରଣ୍ୟ ମଲ୍ଲିକଙ୍କ ପୁଅ ରାମେଶ୍ବର ମଲ୍ଲିକ (୧୪)। ରାମେଶ୍ବର କାଳସିମୁଳି ନୋଡାଲ୍ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସେ କିଛିଦିନ ହେଲା ଅନ୍ଲାଇନ୍ କ୍ଲାସ୍ ପାଇଁ ମୋବାଇଲ୍ କିଣି ଦେବାକୁ ବାପାଙ୍କ ପାଖରେ ଜିଦ୍ କରୁଥିଲେ। ହିରଣ୍ୟଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ଧାନ ଅମଳ ପରେ ତାହା ବିକି ମୋବାଇଲ୍ କିଣିଦେବ ବୋଲି କହିଥିଲେ। ହେଲେ ରାମେଶ୍ବର ବାପାଙ୍କ କଥା ନମାନି ଆଜି ଘରେ କେହି ନଥିବା ସମୟରେ ବେକରେ ଫାଶୀ ଲଗାଇ ଦେଇଥିଲେ। ବାଲିଆପାଳ ପୁଲିସ ପହଂଚି ଶବ ଜବତ କରିଥିବା ବେଳେ ଥାନାରେ ୩୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିବା ଜଣାପଡ଼ିଛି।
ଅନ୍ଲାଇନ୍ କ୍ଲାସ୍ ପାଇଁ ମୋବାଇଲ୍ କିଣିପାରିଲେନି ଗରିବ ବାପା
ଫାଶୀ ଲଗାଇ ଜୀବନ ହାରିଲେ ଅଷ୍ଟମ ଶ୍ରେଣୀ ଛାତ୍ର
/sambad/media/post_attachments/wp-content/uploads/2020/11/suicide-forest.jpg)