ହରଭଙ୍ଗା : ହରଭଙ୍ଗା ବ୍ଲକ ଉପାନ୍ତ ମାଓ ପ୍ରବଣ ମହାଲିକପଡା ପଞ୍ଚାୟତ ଅନ୍ତର୍ଗତ ଜାବର ଗ୍ରାମରେ ରାସନକାର୍ଡ ନଥିବାରୁ ପିଡିଏସ ଓ ଆର୍ଥିକ ସହାୟତାରୁ ବଞ୍ଚିତ ଏକ ଅଭାବି ପରିବାରକୁ ଯୋଗାଣ ବିଭାଗ ତରଫରୁ ୫୦କେଜି ଚାଉଳ ପ୍ରଦାନ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାଇ ଏହି ଗ୍ରାମରେ ରବିନ୍ଦ୍ର ନାଏକ (୩୫) ପତ୍ନୀ ଉର୍ବଶୀ ନାଏକ(୩୦)ଓ ତାଙ୍କର ଛୋଟ ଛୋଟ ଦୁଇ ଜଣ ପୁଅଝିଅ ରୁହନ୍ତି। ରବିନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଆଧାରକାର୍ଡ ହୋଇନଥିବା ହେତୁ ତାଙ୍କ ପରିବାରକୁ ରାସନକାର୍ଡ ମିଳିନଥିଲା। କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପିଡିଏସ ସାମଗ୍ରୀ ଓ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହେବା ସହ କାମ ପାଇଟି ଅଭାବରୁ ଏହି ପରିବାର ଅତି ଦୟନୀୟ ଭାବେ ଜୀବନ ଅତିବାହିତ କରୁଥିଲେ। ଗ୍ରାମର କିଛି ସଚେତନ ଯୁବକଙ୍କ ସହାୟତାରେ ଉର୍ମିଳା ନିଜର ଦୁଃଖ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଥିଲେ। ଏକଥା ଜାଣିବା ପରେ ଯୋଗାଣ ମନ୍ତ୍ରୀ ଲକଡାଉନ ଯୋଗୁଁ ଦୁର୍ଦ୍ଦିନରେ ଥିବା ଅସହାୟ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ବୌଦ୍ଧ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଥିଲେ। ଗୁରୁବାର ହରଭଙ୍ଗା ବ୍ଲକର ଯୋଗାଣ ନିରୀକ୍ଷକ ଦାୟିତ୍ୱରେ ଥିବା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ପ୍ରତିମା ପ୍ରଧାନ ଉକ୍ତ ଗ୍ରାମକୁ ଯାଇ ସମ୍ପୃକ୍ତ ପରିବାରକୁ ୫୦କେଜି ଚାଉଳ ଓ ମାକ୍ସ ବଣ୍ଟନ କରିଥିବା ଜଣାପଡିଛି। ଏନେଇ ଯୋଗାଣ ଅଧିକାରୀ ପ୍ରତିମା ପ୍ରଧାନଙ୍କୁ ପଚାରିବାରୁ ଉର୍ବଶୀ ନାଏକଙ୍କ ନାଁରେ ୩ମାସ ହେଲା ଆଧାର କାର୍ଡ ହୋଇସାରିଛି। ତେଣୁ ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପିଡିଏସ ସାମଗ୍ରୀ ଯୋଗେଇ ଦେବାପାଇଁ ମଧ୍ୟ ସ୍ଥାନୀୟ ପିଇଓଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ ନୂତନ କାର୍ଡ ପାଇଁ ଆବେଦନ କରିଥିବା ଏହି ପରିବାରଙ୍କୁ ଦିନେ ଦୁଇଦିନ ମଧ୍ୟରେ ରାସନ କାର୍ଡ ଯୋଗେଇ ଦିଆଯିବ ବୋଲି କହିଥିଲେ।
ବୌଦ୍ଧ : ରାସନକାର୍ଡରୁ ବଞ୍ଚିତ ପରିବାରଙ୍କୁ ମିଳିଲା ଖାଦ୍ୟ ସହାୟତା
/sambad/media/post_attachments/wp-content/uploads/2020/05/boudha-f.jpg)