୧୨ ହଜାର ଟଙ୍କା ପାଇଁ ଗାଁରୁ ବାସନ୍ଦ : ଥାନାର ଦ୍ବାରସ୍ଥ ହେଲେ ପରିବାର

ନୂଆଗାଁ : ନୂଆଗାଁ ଥାନା ମହୀପୁର ଫାଣ୍ତି ଅନ୍ତର୍ଗତ ଗଉଡ ଥୁଆବାରୀ ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରିବା ଘଟଣା ସାରା ଅ˚ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମର କାଳିଆ ନାୟକଙ୍କ ଝିଅ ପ୍ରତିଦିନ ସ୍କୁଲ ଯିବା ଆସିବା କରିବା ସମୟରେ ସେହି ଗ୍ରାମର ଗଣେଶ ପରିଡ଼ାଙ୍କ ପୁଅ ସେନ୍ତୋଷ ପରିଡ଼ା ରାସ୍ତାରେ ଜଗି ରହି ଇଙ୍ଗିତ କରିବା ସହିତ ହଇରାଣ କରି ଆସୁଥିଲା। କିଛିଦିନ ପରେ ଛାତ୍ରୀ ଜଣକ ଏକଥା ଘରେ ଜଣାଇଥିଲେ। ଛାତ୍ରୀର ବାପା କାଳିଆ ସନ୍ତୋଷର ପରିବାର ଲୋକଙ୍କୁ ଜଣାଇଥି‌ଲେ। କିନ୍ତୁ ସନ୍ତୋଷର ମାଆ ଓଲଟି କାଳିଆ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲା। ଏହାପରେ କାଳିଆ ଗାଁରେ ଜଣାଇବାକୁ ନିଷ୍ପତ୍ତି ନେଇଥିଲା। ଗାଁ ସଭାପତି ସୁରେଶ ପରିଡ଼ାଙ୍କୁ ଭେଟି ଛାତ୍ରୀର ବାପା ସମସ୍ତ କଥା କହିଥିଲେ। ଏବ˚ ପରେ ଲିଖିତ ଭାବେ ଗାଁରେ ଜଣାଇଥିଲେ। ଗାଁରେ ବୈୖଠକ ବସିବା ପରେ ୧୨ହଜାର ଟଙ୍କା ଉଭୟ ପରିବାର ଦେଲେ କଥା ବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ କାଳିଆ ଗରିବ ଶ୍ରେଣୀର ହୋଇଥିବାରୁ ନ୍ୟାୟ ପାଇବା ପାଇଁ ଗ୍ରାମବାସୀଙ୍କ ପାଖରେ ବାରମ୍ଭାର ନେହୁରା ହୋଇଥିଲେ। କିନ୍ତୁ ଗାଁର ଜାଗର ନାୟକ, ପ୍ରଫୁଲ ନାୟକ, ପ୍ରଦିପ ନାୟକ, ରାଉଳ ନାୟକ ସେ ମିଥ୍ୟା ଅଭିଯୋଗ କରୁଥିବା ଦର୍ଶାଇ ଗାଁ ଛାଡି ଚାଲିଯିବାକୁ କହିଥିଲେ। ଏହା ସହିତ ତାଙ୍କୁ ଗାାଁରୁ ବାସନ୍ଦ କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଗତକାଲି ଗାଁର କିଛି ବ୍ୟକ୍ତି କାଳିଆଙ୍କ ଘରେ ପହ˚ଚି ଘର ଛାଡି ଚାଲିଯିବାକୁ ତାଗିଦ୍‌ କରିଥିଲେ। କାଳିଆଙ୍କ ପରିବାର ଲୋକେ ଭୟଭୀତ ହୋଇ ତାଙ୍କର ଜଣେ ସ˚ପର୍କୀୟଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ। ଆଜି ସକାଳୁ ସକାଳୁ ଗାଁର କିଛି ବ୍ୟକ୍ତି କାଳିଆଙ୍କ ଘରକୁ ଭାଙ୍ଗି ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାପରେ କାଳିଆ ଏବ˚ ତାଙ୍କ ସ୍ତ୍ରୀ ବୁଧେଇ ନିଜର ତିନିଝିଅଙ୍କୁ ସାଙ୍ଗରେ ଧରି ନୂଆଗାଁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ନୂଆଗାଁ ପୋଲିସ ଅଭିଯୋଗ ପାଇ ତଦନ୍ତ କରୁଥିବା କହିଛି।

ସମ୍ବନ୍ଧିତ ଖବର