ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତର ବଡ଼ସାଦମ ଗାଁରେ ବସୁଧା ଯୋଜନାନ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ବହଳଦାସ୍ଥିତ ଆରଡବ୍ଲୁଏସଏସର ଏଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସରକାରଙ୍କ ବସୁଧା ଯୋଜନାକୁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପାଣି ଟାଙ୍କିର ବର୍ତ୍ତମାନ ଲୁହାଛଡ଼ ବାହାରକୁ ଦେଖିଯାଇ ଟାଙ୍କିରେ ଫାଟ ସୃଷ୍ଟି ହୋଇ ଜଳ ଝରୁ ଥିବାର ଦେଖିବାକୁ ମିଳିଛି। ସେ ସମ୍ବନ୍ଧରେ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି।

Advertisment

ଗ୍ରାମବାସୀଙ୍କୁ ଭୁଆଁ ବୁଲେଇ କହୁଛନ୍ତି ଯେ ଏହାକୁ ଆଉ ଥରେ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏଣୁ ଗ୍ରାମବାସୀ ରାଜ୍ୟ ସରକାର ଫାଇଭ-ଟି ସଚିବଙ୍କୁ ଅନୁରୋଧ କରିଛନ୍ତି। ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଜଣାଇଛନ୍ତି। ଏଣୁ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବାରମ୍ବାର ଅଭିଯୋଗ ହେଉଥିବାରୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବି କରିଛନ୍ତି।