ବନ୍ଦର ସର୍ଭେ ପାଇଁ ଯାଇଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲିଆପାଳ : ବାଲିଆପାଳ ଥାନା ଚୈାମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ଆଜି ବନ୍ଦର ସର୍ଭେ ପାଇଁ ଚୈାମୁଖ ଗ୍ରାମକୁ ଯାଇଥିବା ଟାଟା କମ୍ପାନିର ଏକ ଟିମକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ଏହି ଟିମର ମୁଖ୍ୟ ଅମର ଚତୁର୍ବେଦୀଙ୍କୁ ଗ୍ରାମବାସୀ ଅଟକ ରଖି ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସରପଞ୍ଚ ପ୍ରତିନିଧି ବେଣୁଧର ରଣଜିତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦାପ୍ରସନ୍ନ ମୁଦୁଲି ସରପଞ୍ଚଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ପରେ ସର୍ଭେ ପାଇଁ ଯାଇଥିବା ଶ୍ରୀ ଚତୁର୍ବେଦୀ ଗ୍ରାମବାସୀଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ଛଡ଼ା ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର