ଭୁବନେଶ୍ବର : ଜଗତସିଂହପୁରରୁ ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠାରୁ ପୋସ୍କୋ ଓହରିଗଲା ପରେ ଏବେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟ୍ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଠାରେ ବୃହତ୍ତ ଇସ୍ପାତ ଶିଳ୍ପ ସ୍ଥାପନ କରିବାକୁ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍କୁ ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଅନୁମୋଦନ କରାଯାଇଛି। ପୋସ୍କୋକୁ ଦିଆଯାଇଥିବା ଜମି ଏହି କମ୍ପାନିକୁ ହସ୍ତାନ୍ତର କରାଯାଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ ପୋସ୍କୋ କମ୍ପାନିକୁ ଜଗତସିଂହପୁର ଜିଲ୍ଲାରେ ୫୭୮.୫୩ ଏକର ସରକାରୀ ଅଣଜଙ୍ଗଲ ଜମି ଲିଜ୍ ସୂତ୍ରରେ ଏବଂ ୧୩୦୧.୭୮ ଏକର ସରକାରୀ ଜଙ୍ଗଲ ଜମି ଅଗ୍ରିମ ଦଖଲ ସୂତ୍ରରେ ଷ୍ଟିଲ୍ ପ୍ଲାଣ୍ଟ୍ ପାଇଁ ହସ୍ତାନ୍ତର କରାଯାଇଥିଲା। ଲିଜ୍ ଓ ଅଗ୍ରିମ ଦଖଲକୁ ରଦ୍ଦ କରାଯାଇ ଉକ୍ତ ଜମିକୁ ଇଡ୍କୋ ଲ୍ୟାଣ୍ଡ୍ ବ୍ୟାଙ୍କ୍କୁ ଫେରସ୍ତ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/posco.jpg)