ପୋସ୍କୋ ହତ୍ୟାକାଣ୍ଡ ମାମଲା: ନାରାୟଣ ରେଡୀ, ଜୟନ୍ତ ବିଶ୍ୱାଳ ନିର୍ଦ୍ଦୋଷ ସାବ୍ୟସ୍ତ

କୁଜଙ୍ଗ : ବହୁ ଚର୍ଚ୍ଚିତ ଦୁର୍ଯ୍ୟୋଧନ ସ୍ବାଇଁ ହତ୍ୟା ମାମଲାରେ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଣବ ରାଉତରାୟ ଅଭିଯୁକ୍ତ ନାରାୟଣ ରେଡ଼ୀ, ଜୟନ୍ତ ବିଶ୍ୱାଳଙ୍କ ସମେତ ୪ ଜଣଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ପୋସ୍କୋ ପ୍ରକଳ୍ପ ନିର୍ମାଣ ଜିନତ ଘନଘଟା ଲାଗି ରହିଥିବା ସମୟରେ କୁଜଙ୍ଗ ଅଂଚଳର ଦୁର୍ଯ୍ୟୋଧନ ସ୍ବାଇଁ ନାମକ ଜଣେ ବ୍ୟକ୍ତି ୨୦୧୧ ମସିହା ଡିସେମ୍ବର ୧୪ ତାରିଖରେ ସଂଘଟିତ ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ମୃତକଙ୍କ ଭାଇ ଯୁଧିଷ୍ଠିର ସ୍ବାଇଁଙ୍କ ଏତଲାକୁ ଭିତ୍ତିକରି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର