ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପିଲା

ଆଉ ୩ ମୃତ; ମୃତ୍ୟୁସଂଖ୍ୟା ୩୭ ହେଲା
୬ ହଜାରରୁ ଅଧିକ ସୁସ୍ଥ ହେଲେଣି
ଦିନକରେ ୪୬୯ ଆକ୍ରାନ୍ତ, ୨୯୦ ସୁସ୍ଥ

ଭୁବନେଶ୍ବର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ୨୦ଟି ଜିଲ୍ଲାରୁ ୪୬୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୭୦ ହୋଇଛି। ଆଜି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା ବେଳେ ୧୫୨ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ କରୋନା ଲଗାତର ଭାବେ ମୁଣ୍ଡ ଗଡ଼ାଇ ଚାଲିଛି। ଆଜି କରୋନାରେ ଆଉ ତିନି ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକ ତିନି ଜଣ ସୁନ୍ଦରଗଡ଼, ଗଜପତି ଓ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ ରୋନା ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଛି।

ନୂଆ ୪୬୯ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୬ ଜଣ ଅଛନ୍ତି। ଏହା ବାଦ୍‌ କଟକରୁ ୯୪, ସୁନ୍ଦରଗଡ଼ରୁ ୬୬, ଖୋର୍ଧାରୁ ୨୭, କେନ୍ଦୁଝର ଓ ଯାଜପୁରରୁ ୨୫ ଲେଖାଏଁ, ନୟାଗଡ଼ରୁ ୨୪, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୩, ଗଜପତିରୁ ୧୨, ଅନୁଗୁଳରୁ ୧୧, ବାଲେଶ୍ୱର ଓ ପୁରୀରୁ ୮, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡ଼ାରୁ ୫, ବଲାଙ୍ଗୀରରୁ ୩, କଳାହାଣ୍ଡି ଓ ନବରଙ୍ଗପୁରରୁ ୨ ଲେଖାଏଁ, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କ‌େରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇଥିବା ୨୯୦ ଜଣଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ଅଛନ୍ତି। ଏହି ଜିଲ୍ଲାରୁ ୯୯ ଜଣ ସୁସ୍ଥ ହୋଇଥିଲା ବେଳେ ଗଜପତିରୁ ୫୬, ଝାରସୁଗୁଡ଼ାରୁ ୩୩, କଟକ ଓ ନବରଙ୍ଗପୁରରୁ ୧୬ ଲେଖାଏଁ, ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଦ୍ଧାରୁ ୧୦, ମୟୂରଭଞ୍ଜରୁ ୮, କେନ୍ଦୁଝରରୁ ଓ ପୁରୀରୁ ୬ ଲେଖାଏଁ, ଜଗତସିଂହପୁରରୁ ୫, ନୟାଗଡ଼ରୁ ୩, ବରଗଡ଼ ଓ କୋରାପୁଟରୁ ୨ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏ ଯାଏ ମୋଟ ୬,୨୨୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର