ଆଜି ଚିହ୍ନଟ ହୋଇଥବା ୧୦୧ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୯୦ ଜଣ ବାହାର ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳୁ ୧୦୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୦ ଜଣ ବାହାର ରାଜ୍ୟରୁ ଆସିଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ, ବାହାରୁ ଆସି ଥିବା ଏହି ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ସେଠାରେ ସେମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଏବେ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି ।

 

କ୍ୱାରେଣ୍ଟାଇନରୁ ୯୦ ଜଣ ପଜିଟଭ ଚିହ୍ନଟ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନର ୮ ଜଣ ଓ ଅନ୍ୟ ସ୍ଥାନରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ଆଜି ସର୍ବାଧିକ ୫୨ ଜଣ କରୋନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଓ ଯାଜପୁର ଜିଲ୍ଲାରୁ ୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

ବାଲେଶ୍ୱର ଜିଲ୍ଲାରୁ ଆଜି ଚିହ୍ନଟ ୩୩ ଜଣ ପଜିଟଭଙ୍କ ମଧ୍ୟରୁ ୨୪ ଜଣ ସୁରତରୁ ଫେରିଥିଲେ । ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୨୮ ଜଣ କ୍ୱାରେଣ୍ଟାଇନରେ ସେଣ୍ଟରରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତିନି ଜଣ ବାହାରକୁ ଯାଇ ନଥିଲେ ବି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ଜଣ କରୋନା ପଜିଟିଭ ରାଉରକେଲାରର କଣ୍ଟେନମେଣ୍ଟ ଜୋନର ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର