ପୁରୀ: ପିପିଲି ଉପନିର୍ବାଚନର ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଭୋଟରମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ ନିଆଯାଉଛି। ଆଜି ସକାଳ ୯ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପିପିଲି ଅଭିମୁଖେ ବାହାରିଛି।
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୨୧୨ ଜଣ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଅଶି ବର୍ଷ ବୟସରୁ ଉର୍ଦ୍ଧ୍ବ ୯୦୯ ଜଣ ଓ ୧୬୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେଥିମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ରହିଛନ୍ତି।
ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ୍ ଦେବେ ପିପିଲିର ୧୦୭୭ ଭୋଟର
/sambad/media/post_attachments/wp-content/uploads/2021/04/d80a57e4-e71a-48ee-b5a3-4bbcd86caa15.jpg)