ଫେରାର ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ମାରିଲା ପୁଲିସ, କୋର୍ଟରେ ହାଜର ନହେଲେ ବ୍ୟାଜାପ୍ତ ହେବ ସଂପତ୍ତି

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି-୮୩ ଗ୍ରାମରେ ଆଜି ପୁଲିସ ତରଫରୁ ଫେରାର ଥିବା ଗଂଜେଇ ଆସାମୀମାନଙ୍କ ଘ‌ର କାନ୍ଥରେ ପୁଲିସ ପୋଷ୍ଟର ମରିଛି। ଅଭିଯୁକ୍ତମାନେ କୋର୍ଟରେ ହାଜର ନହେବା କାରଣରୁ ପୁଲିସ ଏହିଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିସହ ଡାକବାଜି ଯନ୍ତ୍ର ସହାଯ୍ୟରେ ଗାଁରେ ପ୍ରଚାର ମଧ୍ୟ କରିଛି। ଗଂଜେଇ ବେପାରୀମାନେ ହେଲେ ଏହି ଗ୍ରାମର ନିତାଲ ମଣ୍ଡଳ, ଅଶୋକ ମହରି ଏବଂ ମହିନ୍ଦ୍ରା ବାସୁ। ଏମାନଙ୍କ ନାମରେ ମାଲକାନଗିରି ଥାନାରେ ଗଂଜେଇ ଚୋରା ଚାଲାଣ କରୁଥିବା ନେଇ ଅଭିଯୋଗ ରହିଛି। ତେବେ ଦୀର୍ଘ ଦିନ ଧରି ଫେରାର ରହିଥିବାରୁ ପୁଲିସ ଏମାନଙ୍କ ନାମରେ ଏଭଳି ପ୍ରଚାର ଏବଂ ପୋଷ୍ଟର ମାରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତେବେ ତୁରନ୍ତ କୋର୍ଟରେ ହାଜର ନହେଲେ ସେମାନଙ୍କର ସମସ୍ତ ସଂପତ୍ତି ବ୍ୟାଜାପ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର