ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ: ସଂକ୍ରମଣ ଯୋଗୁଁ ମହାବଳ ବାଘ ‘ମହାବୀର’ର ମୃତ୍ୟୁ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ସଂକ୍ରମଣ ଯୋଗୁଁ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡ଼ିଛି ବୋଲି ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା ରବିବାର ସୂଚନା ଦେଇଛନ୍ତି। ପଣ୍ଡା କହିଛନ୍ତି, ବାଘର ବେକରେ ଏକ କ୍ଷତ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ସଂକ୍ରମିତ ହୋଇଥିଲା। ସଂକ୍ରମଣ ଯୋଗୁଁ ମହାବୀର ଦିନକୁ ଦିନ ଦୁର୍ବଳ ହୋଇ ଯାଇଥିଲା ଓ ଶେଷରେ ମରି ଯାଇଥିଲା।

ବନ ବିଭାଗର ବରିଷ୍ଠ ଅଧିକାରୀ ପଣ୍ଡା କହିଛନ୍ତି, ବାଘର ବେକ କେଉଁ ପରିସ୍ଥିତିରେ କ୍ଷତ ହୋଇଥିଲା ଏବଂ କାହିଁକି ହୋଇଥିଲା ତାହା ତଦନ୍ତ ପରେ ଜଣାପଡ଼ିବ। ଚଳିତ ନଭେମ୍ବର ୧୪ ତାରିଖରେ ମହାବୀରର ମୃତଦେହ ବନ ବିଭାଗର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ବାଘର ମୁଣ୍ଡରେ ଏକ କ୍ଷତ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ, ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରାଯିବା ଏବଂ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ପରେ ବ୍ୟାଘ୍ର ପକଳ୍ପ ନେଇ ଦ୍ୱନ୍ଦ ଉପୁଜିଛି। ବ୍ୟାଘ୍ର ପ୍ରକଳ୍ପର ବିକାଶ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର