ମହାବଳ ମହାବୀର ପେଟରୁ ବାହାରିଲା ୧୦ଟି ଝିଙ୍କ କାଠି; ମୃତ୍ୟୁର ୫ ଦିନ ପୂର୍ବରୁ କରିଥିଲା ବାର୍‌ହା ଶିକାର!

ଅନୁଗୁଳ: ସାତକୋଶିଆ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବ୍ୟବଚ୍ଛେଦ ପରେ ମିଳିଥିବା ସୂଚନା ଅନୁସାରେ, ମହାବୀର ବେକରେ ହୋଇଥିବା ଏକ ଗଭୀର କ୍ଷତରୁ ସଂକ୍ରମଣ ହୋଇ ତାର ମୃତ୍ୟୁ ହୋଇଥିଲା। ସୋମବାର ସାତକୋଶିଆର ଫିଲ୍ଡ ଡିଟେକ୍ଟର ଡ.ସୁଦର୍ଶନ ପଣ୍ଡାଙ୍କ ସୂଚନା ଅନୁସାରେ, ମୃତ ମହାବୀରର ପାକସ୍ଥଳୀରୁ ୧୦/୧୨ଟି ଝିଙ୍କ କାଠି ମିଳିବା ସହ ତା’ର ମଳରୁ ବାର୍‌ହା ଲୋମ ମିଳିଛି। ଏହା ସୂଚିତ କରୁଛି ଯେ ମୃତ୍ୟୁର ୪/୫ ଦିନ ପୂର୍ବରୁ ବାଘଟି ଏକ ଜଙ୍ଗଲୀ ବାର୍‌ହାର ଶିକାର କରିଥିଲା। ବିଶେଷଜ୍ଞଙ୍କ ଅନୁସାରେ ଝିଙ୍କ ଶିକାର କରି ଖାଇବା ଓ ଝିଙ୍କର କାଠିକୁ ହଜମ କରି ନ ପାରିବା ହେତୁ ତାହା ପାକସ୍ଥଳୀରେ ରହିଥିବା ଜଣାପଡ଼ିଛି। ହୁଏତ ଏଥିଲାଗି ମହାବୀର ବାଘ ପାକସ୍ଥଳୀ ସଂକ୍ରମଣର ଶିକାର ହୋଇଥାଇ ପାରେ।

ଡ.ସୁଦର୍ଶନ ପଣ୍ଡା ଆଜି ଗଣମାଧ୍ୟମକୁ  କହିଛନ୍ତି, ବାଘୁଣୀ ସୁନ୍ଦରୀ ପୂରା ସୁସ୍ଥ ରହିଛି। ରାଇଗୁଡ଼ା ଏନ୍‌କ୍ଲୋଜର ଭିତରେ ସେ ଘୂରି ବୁଲୁଛି। ଶିକାର ବି କରୁଛି।  ଇତିମଧ୍ୟରେ ୨ଟି ଛେଳି ଓ ଗୋଟିଏ ବାରହା ଶିକାର କରିଛି ସୁନ୍ଦରୀ। ବାଘୁଣୀ ସୁନ୍ଦରୀର ଏକ ଭିଡିଓ ବନ ବିଭାଗ ପକ୍ଷରୁ ଜାରି କରାଯାଇଛି।

ସମ୍ବନ୍ଧିତ ଖବର