ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ପାନି ସେକ୍ରେଟାରିଜ୍(ସିଏସ) ଅଫ ଇଣ୍ଡିଆ ତା’ର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଲକ୍ଡାଉନ ଚାଲିଥିବାରୁ ଆଶାୟୀମାନେ ପରୀକ୍ଷା କେନ୍ଦ୍ରକୁ ଆସିପାରିବେ ନାହିଁ। ତେଣୁ ଜୁନ୍ ୧ରୁ ୧୦ ଯାଏ ହେବାକୁ ଥିବା ସିଏସର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜୁଲାଇ ୬ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତିର ବିଚାର କରାଯିବ ଏବଂ ପରବର୍ତ୍ତୀ ପରୀକ୍ଷା ସୂଚୀ ପ୍ରକାଶ କରାଯିବ ବୋଲି ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି।
ସେହିପରି ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ ପକ୍ଷରୁ ବି ଜୁନ ୧୧ରୁ ୧୮ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜୁଲାଇ ୨୦ ପରେ ଏନେଇ ନିଷ୍ପତ୍ତି ହେବ ଏବଂ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।