ଆଳୁ ମିସନ୍‌ ବିଫଳ: କ˚ଗ୍ରେସ

ଭୁବନେଶ୍ବର : ଚାଷୀକୂଳକୁ ସର୍ବସ୍ବାନ୍ତ କରି ନିର୍ବାଚନ ଜିତିବା ପାଇଁ ବିଜେଡି ସରକାର ପକ୍ଷରୁ ‘କାଳିଆ‘ ଯୋଜନା ଆଳରେ ବ୍ୟାପକ ପ୍ରଚାର ପ୍ରସାର ଚାଲିଛି। ବାସ୍ତବରେ ରାଜ୍ୟର ଉଭୟ ଚାଷୀ ଓ ଉଦ୍ୟୋଗପତିମାନଙ୍କୁ ପ୍ରତାରଣା କରାଯାଉଛି। ଏହାର ଉଜ୍ଜ୍ବଳ ପ୍ରମାଣ ହେଉଛି ରାଜ୍ୟ ଆଳୁ ମିସନର ବିଫଳତା। ଏହି ମିସନ୍‌ ଯୋଗୁଁ ପ୍ରାୟ ୩୦୦ କୋଟି ବରବାଦ୍‌ ହୋଇଛି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କ˚ଗ୍ରେସ ମିଡିଆ ସେଲ୍‌ ମୁଖ୍ୟ ସତ୍ୟ ପ୍ରକାଶ ନାୟକ କହିଲେ‌, ୨୦୧୪ରେ ବିଜେଡି ଦଳୀୟ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ରାଜ୍ୟର ୩୧୪ଟି ବ୍ଲକରେ ଶୀତଳ ଭଣ୍ତାର ପ୍ରତିଷ୍ଠା କରାଯିବ। ଏହି ପରିପ୍ରେକ୍ଷୀରେ ୨୦୧୫ରେ ୨୬୭ କୋଟି ଟଙ୍କାରେ ରାଜ୍ୟ ଆଳୁ ମିସନ ପ୍ରତିଷ୍ଠା କରାଗଲା। କିନ୍ତୁ ସରକାରଙ୍କ ଉପରୋକ୍ତ ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ସରକାରୀ ଓ ଘରୋଇ ଭାଗିଦରୀ (ପିପିପି) ବ୍ୟବସ୍ଥାରେ ଶୀତଳଭଣ୍ତାର ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନେ ଆଜି ରାଜରାସ୍ତାରେ ବସିଛନ୍ତି ଏବ˚ ଶୀତଳଭଣ୍ତାର ବନ୍ଦ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ହିମା˚ଶୁ ଲେଙ୍କା, ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର