ଆଳୁ ଦର ୪୦ ଛୁଇଁପାରେ: ମନ୍ତ୍ରୀ

ଭୁବନେଶ୍ୱର : ସପ୍ତାହକ ତଳେ ଆଳୁ ଦର ଥିଲା ୭/୮ ଟଙ୍କା। ଏବେ ଦୁଇ ଗଣ ବଢ଼ି ୧୫ ଛୁଇଁଲାଣି। ଏତିକିରେ ସୀମିତ ରହିବନି ଆଳୁ ଦର। ଆହୁରି ବଢ଼ିବ। ଏପରିକି ୩/୪ ମାସ ଭିତରେ ୪୦ ଛୁଇଁଯାଇପାରେ।

ଖୋଦ୍‌ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏପରି ଆଶଙ୍କା ପ୍ରକଟ କରିଛନ୍ତି। ଏହି ଦର ବୃଦ୍ଧି ସମ୍ପର୍କରେ ଆଗୁଆ ସରକାର ସଚେତନ ଅଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ ସରକାର ଦର ରୋକିବା ଦିଗରେ ବିଶେଷ କିଛି କରିପାରିବେ ନାହିଁ ବୋଲି ସେ ପରୋକ୍ଷରେ ଜଣାଇ ଦେଇଛନ୍ତି।

ମନ୍ତ୍ରୀଙ୍କ ଯୁକ୍ତି ରହିଛି, ଦେଶର ଅନ୍ୟ ଭାଗରେ ଆଳୁ ଫସଲ ନଷ୍ଟ ହୋଇଛି। ତେଣୁ ଆଳୁ ଉତ୍ପାଦନ କମ୍‌ ଥିବାରୁ ଦର ବଢ଼ିବାର ଆଶଙ୍କା ରହିଛି। ଆହୁରି ମଧ୍ୟ କେନ୍ଦ୍ର ସରକାର ଏ ନେଇ ଆଗୁଆ ସୂଚନା ଦେଇଥିଲେ। ଯେହେତୁ ଆଳୁ ଉତ୍ପାଦନ ଏଥର ପ୍ରଭାବିତ ହୋଇଛି, ତେଣୁ ଦର ବଢ଼ିପାରେ ବୋଲି କେନ୍ଦ୍ର ପକ୍ଷରୁ ଜଣାଇଦିଆଯାଇଥିଲା। ଶ୍ରୀ ପାତ୍ର ସୂଚନା ଦେଇଛନ୍ତି, ଗ୍ରାହକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାର ପଦକ୍ଷେପ ନେଉଛନ୍ତି। ନାଫେଡ୍‌ ଜରିଆରେ ଆଗୁଆ ଆଳୁ କିଣି ମହଜୁଦ୍‌ ରଖିବାକୁ ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର