ଲୁପ୍ତ ହେବା ଅପେକ୍ଷାରେ ଗ୍ରାମୀଣ କୌଳିକ ବୃତ୍ତି: ୧୫ ବର୍ଷ ହେଲା ନିର୍ମାଣ ହୋଇପାରିନି କୁମ୍ଭାରଶାଳ ଜିଲ୍ଲାବିଶେଷମାଲକାନଗିରି By Sambad Last updated Dec 6, 2020 ସେୟାର ମାଲକାନଗିରି: ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୨ କିମି ଦୁରରେ କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଟ୍ରେଲ୍ ପଞ୍ଚାୟତର ମାଝିଗୁଡା ଗ୍ରାମରେ ରହନ୍ତି ୫୫ କୁମ୍ଭାର ପରିବାର। ମାଟି ଓ ପରିବାର ହିଁ ସେମାନଙ୍କ ଜୀବନ ଜୀବିକା।ଗତ ୩ ପିଢିଧରି ବାଲିମେଳା, କୁଡୁମୁଲୁଗୁମା, ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକର ବିଭିନ୍ନ ଦୋକାନ, ହାଟବଜାର ତଥା ପୂଜାପର୍ବରେ ହାତତିଆରି ମାଟିର ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ପୂଜା ରେ ବ୍ୟବହୃତ ଉପକରଣ ପହଞ୍ଚାଇ ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ସରକାରଙ୍କ ଠାରୁ ପାଇଥିଲେ ପ୍ରଶିକ୍ଷଣ ତାପରେ ବଦଳିଲା କର୍ମର ପରିଭାଷା। ନିଜର କଳ୍ପନାର ବିଚାରକୁ ସାକାର ରୂପଦେବାକୁ ଆଗେଇ ଆସିଲେ ସେମାନେ ଓ ପ୍ରସ୍ତୁତ କଲେ ଅନେକ କାରୁକାର୍ଯ୍ୟ ଭରା ମାଟି ଜିନିଷ।ସେମାନଙ୍କ ଉତ୍ସାହ ଯୋଗୁଁ ପରବର୍ତ୍ତି ସମୟରେ ଟାରାକୋଟା କାମର ମଧ୍ୟ କିଛି ପ୍ରଶିକ୍ଷଣ ପଇଲେ। କିନ୍ତୁ ଜିନିଷ ତିଆରି ନିମନ୍ତେ ସ୍ଥାନର ଅଭାବ, ଗୋଦାମ ଘରର ଅଭାବ ପ୍ରସ୍ତୁତ ଜିନିଷକୁ ପୋଡିବା ନିମନ୍ତେ ସୁରକ୍ଷିତ ସ୍ଥାନ ଅଭାବ ତାଙ୍କ କାମକୁ ମନ୍ଥରକରି ଦେଉଛି। ବର୍ଷର ୬ ମାସ ପାଣିପାଗର ପରିବର୍ତ୍ତନ ପାଇଁ ବନ୍ଦକରିବାକୁ ବାଧ୍ୟ ହୁଅନ୍ତି । ସେମାନେ ପ୍ରଶାସନ ତରଫରୁ ପ୍ରାୟ ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଘର ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇପାରି ନାହିଁ।ଘରର ଚଟାଣ ନାହିଁ କି ଛାତ ମଧ୍ୟ ନାହିଁ । ରାସ୍ତାକଡରେ ପ୍ରସ୍ତୁତକରନ୍ତି ସାମଗ୍ରୀ ଓ ଖରାରେ ସୁଖାନ୍ତି। ରହିବାଘର ଖଟତଳେ, ବରଣ୍ଡାରେ, ରୋଷେଇଘରେ ତଥା ଗୁହାଳରେ ଖାଲିସ୍ଥାନ ଦେଖି ରଖନ୍ତି କଞ୍ଚା ତିଆରି ଓ ପ୍ରସ୍ତୁତ ସାମଗ୍ରୀ।ସାଧାରଣ ଅସାବଧାନତାରେ ଅନେକ ଜିନିଷ ମଧ୍ୟ ନଷ୍ଟମଧ୍ୟ ହୋଇଯାଏ। ଚଳିତ ବର୍ଷ ଦୀବଳି ସମୟରେ ବଡଦିଦି ସଙ୍ଗଠନ ମାଧ୍ୟମରେ ନିଜପ୍ରସ୍ତୁତ କିଛି ସାମଗ୍ରୀ ଜିଲ୍ଲା ବାହାରକୁ ମଧ୍ୟ ବିକ୍ରିକରିବାର ସୁବିଧା ସେମାନେ ପାଇଥିଲେ। ଅର୍ଥ ଅଭାବରେ ଅନେକ ପିଲାମାନେ ଅଧାରୁ ପାଠ ପଢା ଛାଡି ଦେବାକୁ ବାଧ୍ୟହୋଇଛନ୍ତି। +୨ରେ ୨ ଝିଅ,୧୦ମ ଶ୍ରେଣୀରେ ପୁଅ ୫ ଝିଅ ୩, ୯ମ ରେ ୩ ଝିଅ, ଅଷ୍ଟମରେ ୩ଜଣେ ପୁଅ ଅଛନ୍ତି।ଜାତି ପ୍ରମାଣପତ୍ର ଅଭାବରେ ହଷ୍ଟେଲରେ ରହିବା ଓ ଉଚ୍ଚଶିକ୍ଷାରୁ ଅନେକ ଝିଅମାନେ ମଧ୍ୟ ବଞ୍ଚିତ ହୋଇଛନ୍ତି। ଏପରିକି ଗତବର୍ଷ ଜିଲ୍ଲା ଶିଳ୍ପ ଅନୁଷ୍ଠାନ ଓ ଜିଲ୍ଲାପ୍ରଶାସନ ତରଫରୁ ଲୋନ୍ ନିମନ୍ତେ ବାଲିମେଳା ଷ୍ଟେଟ୍ ବ୍ୟାଙ୍କକୁ ଚିଠି କରାଯାଇଥିଲା। ଏଥିସହ ୫୦% ସବ୍ସିଡି ମିଳିବା ନିମନ୍ତେ ମଧ୍ୟ ଚିଠି କରାଯାଇଥିଲା। କିନ୍ତୁ କତ୍ତୃପକ୍ଷଙ୍କ ଅବହେଳା ପାଇଁ ସେମାନେ ଏହି ସୁବିଧାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ବୋଲି ସମାଜସେବୀ ରାମକୃଷ୍ଣ ଚୌଧୂରୀ କହିଥିଲେ। ସେମାନଙ୍କ ନିକଟରେ ରହିଛି ଅନେକ ଲୁକ୍କାୟିତ ପ୍ରତିଭା ସୁବିଧା ମିଳିଲେ ସେଗୁଡିକର ବିକାଶ ହୋଇପାରିବ ବୋଲି କହିଛନ୍ତି ମା ମଙ୍ଗଳା ଉତ୍ପାଦକ ଗୃପର ସଭାପତି କୁମାରୀ ଚନ୍ଦ୍ରମା ମାଝି। ସେମାନଙ୍କ ବିକାଶ ନିମନ୍ତେ ଆଉ ୨୫ଟି କୁମ୍ଭାର ଚକି, ଯନ୍ତ୍ର ଚାଳିତ ଚକି, ପ୍ରସ୍ତୁତ ଜିନିଷ ପୋଡିବା ନିମନ୍ତେ ଓ ରଖିବା ନିମନ୍ତେ ପକ୍କା ଘରର ଆବଶ୍ୟକତା ରହିଥିବା ବିଷୟରେ ଆମକୁ ଅବଗତ କରିଥିଲେ ମା ତାରିଣି ଗ୍ରୁପର ସଭାପତି ସମାରୁ ଖିଲ। ଜାତି ପ୍ରମାଣପତ୍ର ଓ ସରକାରୀ ସହାୟତାରେ ପକ୍କାଘର ଯଥା ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସର ଅନେକ ଆବଶ୍ୟକ ରହିଥିବା ଗାଁ ମୁଖିଆ ସନିଆ କୁମ୍ଭାର ଓ କୌଶଲ୍ୟା ଖିଲ ଦାବି କରିଥିଲେ।