ହାତୀ ଆଳରେ ବିଦ୍ୟୁତ୍‌ କାଟ୍‌

ରାଇସୁଆଁ: ତେଲକୋଇ ବ୍ଲକ୍ ବିଦ୍ୟୁତ ବିଭାଗର ଟାଟା ପାୱାର ଉଚ୍ଚ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ହାତୀ ଆଳ ଦେଖାଇ ତେଲକୋଇ ବ୍ଲକର ୧୩ ପଞ୍ଚାୟତର ୮୭ରୁ ଊର୍ଦ୍ଧ୍ବ ଗ୍ରାମରେ  ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

ବ୍ଲକର ଖୁଣ୍ଟାପଡ଼ା ପଞ୍ଚାୟତ ଠାରୁ କାଳିଆହତା ପଞ୍ଚାୟତ ପର୍ଯ୍ୟନ୍ତ ୧୩ ପଞ୍ଚାୟତ ସନ୍ଧ୍ୟା ହେଲେ ଅନ୍ଧାର ଭିତରେ ବୁଡି ରହୁଛି। ଟାଟା ପାୱାରର ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତଳସ୍ତର କର୍ମଚାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। କେତେ ବେଳେ ହାତୀ ଆଳରେ ବିଦ୍ୟୁତ କାଟୁଛନ୍ତି ତ ଆଉ କେତେବେଳେ ଫଲଟ ଅଛି କହି ବିଦ୍ୟୁତ କାଟୁଛନ୍ତି। ମେଣ୍ଟେନାନ୍ସ ନାମରେ ବିଦ୍ୟୁତ କାଟୁଥିବା ବେଳେ କାମ ସରିନାହିଁ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କାଳିଆହତା ଫିଡରରେ ରହିଛି ୧୩ ପଞ୍ଚାୟତର ୯୭ରୁ ଉର୍ଦ୍ଧ ଗାଁ। ଏହି ଗାଁ ଗୁଡିକରେ ଦିନସାରା ବିଜୁଳି ଲୁଚକାଳି ଖେଳୁଥିବା ବେଳେ ସନ୍ଧ୍ୟା ହେଲେ ପୁରା ଅନ୍ଧାରରେ କରାଳଛାୟା ମାଡ଼ି ଆସୁଛି।

ଏନେଇ ତେଲକୋଇ ପ୍ରଗତିଶୀଳ ନାଗରିକ ମଞ୍ଚ ସଭାପତି ଅକ୍ଷୟ କୁମାର ପ୍ରଧାନ ଗତ ୧୭/୨/୨୨ ରିଖରେ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବଂ ସତ୍ୟପାଠ ଜରିଆରେ ମାସେ ଭିତରେ ଶିରିଗିଡା ଠାରେ ୩୩ କେ ଭି ଗ୍ରିଡ ସ୍ଥାପନ କରି ଅନବରତ ବିଦ୍ୟୁତ ଯୋଗାଣ କରାଯିବା ନେଇ ଟାଟା ପାୱାର ପ୍ରତିଶୃତି ଦେଇଥିଲେ। ଏହା ମଧ୍ୟରେ ମାସ ମାସ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଏହି ୧୩ ପଞ୍ଚାୟତକୁ ବିଦ୍ୟୁତ ଯୋଗାଣ ରେ ଟାଟା ପାୱାର ଅବହେଳା ପ୍ରଦର୍ଶନ କରି ଆସୁଛି। ଦୈନିକ ୨୪ ଘଣ୍ଟାରୁ ୫ ଘଣ୍ଟା ବିଦ୍ୟୁତ ସେବା ପାଉ ନଥିବା ଅଭିଯୋଗ ହେଉଛି। ପୂର୍ବରୁ ପ୍ରତ୍ୟେକ ଦିନ ରାତି ୧୦ ଟାରୁ କାଟି ସକାଳ ୮ ରେ ସେବା ଦେଉଥିଲେ ଓ ହେଲେ ଆଜକୁ ୫ ଦିନ ହେବ ସନ୍ଧ୍ୟା ୬ଟା ବିଜୁଳି କାଟି ଦିଆଯାଉଛି। ଫଳରେ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ଫୋନ କଲେ ପ୍ରତିଉତ୍ତର ବିଭାଗୀୟ ଅଧିକାରୀ ଦେଉ ନଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର