ପାୱାର ଇଂଜିନିୟର ଓ ଅଫିସରଙ୍କ ଧାରଣା

ଭୁବନେଶ୍ବର : ଓଡ଼ିଶା ପାୱାର ସେକ୍ଟର ଇଂଜିନିୟର ଓ ଅଫିସରମାନଙ୍କର ଦିବାରାତ୍ର ଧାରଣା ଆଜିଠାରୁ ଗ୍ରିଡ୍‌କୋ ମୁଖ୍ୟ ଦପ୍ତର ସମ୍ମୁଖରେ ଆରମ୍ଭ ହୋଇଛି। ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। କର୍ମଚାରୀ, ଇଂଜିନିୟର ଓ ଅଫିସରମାନଙ୍କର ଗୋଟିଏ ଦିନର ଦରମା ନିର୍ଧାରଣ, ସମାନ ହାରରେ ଘର ଭଡ଼ା ଓ ଚିକିତ୍ସା ଭତ୍ତା ପ୍ରଦାନ ଦାବିରେ ଏହି ଧାରଣା ଦିଆଯାଇଛି।

ମିଳିତ ମଞ୍ଚର ସଂଯୋଜକ ଇଂ ବ୍ରହ୍ମପ୍ରକାଶ ପାଇଟାଳ କହିଛନ୍ତି ଯେ ରାଜ୍ୟ ବିଦ୍ୟୁତ ବୋର୍ଡ ଗଠନ ହେବା ଦିନଠାରୁ କର୍ମଚାରୀ ଓ ଅଫିସରମାନଙ୍କୁ ସମାନ ହାରରେ ଘରଭଡ଼ା ଓ ଚିକିତ୍ସା ଭତ୍ତା ପ୍ରଦାନ କରାଯାଉ ଥିଲା। କିନ୍ତୁ ଗତବର୍ଷ ହୋଇଥିବା ନୂତନ ଦରମା ନିର୍ଧାରଣରେ କର୍ମଚାରୀମାନଙ୍କୁ ନୂତନ ଦରମାରେ ଘରଭଡ଼ା ଓ ଚିକିତ୍ସା ଭତ୍ତା ପ୍ରଦାନ କରାଯାଉଥିବାବେଳେ ଇଂଜିନିୟରମାନଙ୍କୁ ସେଥିରୁ ବଞ୍ଚିତ କରାଯାଇଛି। ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ମିଳିତ ମଞ୍ଚ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି। ଇଂ ପିକେ ପଟ୍ଟନାୟକ, ଇଂ ଜଗନ୍ନାଥ ବାରିକି, ଇଂ ପିକେ ଦାସ ପ୍ରମୁଖ ଧାରଣାର ନେତୃତ୍ବ ନେଉଛନ୍ତି।

ସମ୍ବନ୍ଧିତ ଖବର