ପୁରୀ : ବାତ୍ୟା ଫନିର ତାଣ୍ଡବ ପରେ ଉପକୂଳ ଓଡିଶାରେ ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସମସ୍ୟା ନେଇ ସୂଚନା ଓ ଲୋକସମ୍ପର୍କ ସଚିବ ସମୀକ୍ଷା କରିଛନ୍ତି । ବିଦ୍ୟୁତ ଯୋଗାଣ ପାଇଁ ଜୋରସୋରରେ କାମ ଚାଲିଥିବା ବେଳେ ଯେତିକି ଟାର୍ଗେଟ୍ ରହିଛି ତାଠାରୁ ଅଧିକ କାମ କରାଯାଉଛି ବୋଲି ସେ କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ବାତ୍ୟା ପରଠାରୁ ଅନ୍ଧାରରେ ରହିଛି ପୁରୀ ବଡଦାଣ୍ଡ । ସଚିବ କହିଛନ୍ତି, ଆସନ୍ତା ୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡରେ ବିଜୁଳି ଯୋଗାଇ ଦିଆଯିବ ।
odishabytes.comସେହିପରି ଆସନ୍ତା ୧୫ ତାରିଖ ସୁଦ୍ଧା କୋଣାର୍କରେ ମଧ୍ୟ ଆଲୁଅ ଜଳିବ ବୋଲି ସୂଚନା ମିଳିଛି । ବିଦ୍ୟୁତ ଭିତ୍ତିଭୂମି ମରାମତି ପାଇଁ ୩ ଶହ ଗ୍ୟାଙ୍ଗ ନିୟୋଜିତ ହୋଇଥିବା ସଚିବ କହିଛନ୍ତି । ସେ କହିଛନ୍ତି, କେବଳ ପୁରୀରେ ୧୭୫ ଗ୍ୟାଙ୍ଗ କାମ କରୁଥିବା ବେଳେ ତେଲେଙ୍ଗାନା, ବିହାରରୁ ଅଧିକ ଗ୍ୟାଙ୍ଗ ପାଇଁ ଅନୁରୋଧ କରାଯାଇଛି । ସବୁଠାରୁ ବଡ କଥା ହେଲା, ସମୀକ୍ଷା ପରେ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/maxresdefault-1.jpg)