ଆଗାମୀ ଦିନରେ ବହୁତ ଭଲ ଭାବେ ବିଜୁଳି ମିଳିବ, ବିଦ୍ୟୁତ୍‌ କାଟ ସମସ୍ୟା ରହିବ ନାହିଁ: ଟାଟା ପାୱାର

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏନେଇ ଟାଟା ପାୱାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ-ନର୍ଥ ଡିଭିଜନ) ଭାସ୍କର ସରକାର କହିଛନ୍ତି ଯେ, ଆମକୁ ମେଣ୍ଟେନାସ୍ କାମ ଆମକୁ କରିବାକୁ ହେବ । ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍ କରି ପାରି ନଥିଲୁ । ଏବେ ଆମେ ମେଣ୍ଟେନାସ୍ କରୁଛୁ। ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ କାମ ଚାଲିଛି ।

ଶ୍ରୀ ସରକାର କହିଛନ୍ତି ଯେ, ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍ କାମ କେବଳ ସକାଳ ସମୟରେ ହେବ । ଦିନ ସମୟରେ କାମ କେମିତି କମ ହେବ ସେ ନେଇ ଆମେ ଚେଷ୍ଟା କରିବୁ । ବିଗତ କିଛି ବର୍ଷ ମଧ୍ୟରେ ସିଷ୍ଟମରେ କୌଣସି ମେଣ୍ଟେନାସ୍ ହୋଇ ନଥିଲା ତେଣୁ ଆମକୁ ସବୁ କରିବାକୁ ପଡୁଛି। ଗତବର୍ଷ ୨୫୦ କୋଟି ଓ ଚଳିତ ବର୍ଷ ମଧ୍ୟ ୪୦୦ କୋଟି ଟଙ୍କାର ନିବେଶ ହେବ ।

ଅତ୍ୟଧିକ ବିଲ ଆସୁଥିବା ନେଇ ଅଭିଯୋଗ ଆସୁଛି। ତାହା ଠିକ ନୁହେଁ । ଯାହା ନିୟମ ଅଛି ସେଥିରୁ ଗୋଟିଏ ବି ଅଧିକ ପଇସା ନେଉ ନାହୁଁ । ଟାଟା କଂପାନି ବିଶ୍ୱରେ ଏକ ବିଶ୍ଵସନୀୟ କଂପାନି ଭାବେ ଜାଣିଛନ୍ତି । ତେଣୁ ଆମେ କୌଣସି ବେନିୟମ କାମ କରିବୁ ନାହୁଁ ବୋଲି ଶ୍ରୀ ସରକାର କହିଛନ୍ତି।

 

ସମ୍ବନ୍ଧିତ ଖବର