ସମ୍ବଲପୁର: ସମ୍ୱଲପୁର-ତାଲଚେର ରେଳଲାଇନ୍ର ପ୍ରସସ୍ତିକରଣ/ଆଧୁନିକୀକରଣ ଏବଂ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ପ୍ରସ୍ତୁତି ପାଇଁ ଚେରୁଆପଡ଼ା ୩୩କେଭି ଫିଡର୍ ଏବଂ ୧୧ କେଭି କଲେଜ ଫିଡର୍ର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ମୁଦିପଡା, ଫାର୍ମରୋଡ, ପୁଲିସ୍ ଲାଇନ, କାଇଁଶୀର, ରେଳ ଷ୍ଟେସନ, ବଡ଼ବଜାର, ବାଲିବନ୍ଧା, ସମଲେଶ୍ୱରୀ ମନ୍ଦିର, ଦେହୁରୀପାଲି, ଗୁଜୁରାତି କଲୋନୀ, ଗ୍ରିନ ପାର୍କ, ନନ୍ଦପଡ଼ା, ଝାଡୁଆପଡ଼ା, ଚର୍ଚ୍ଚ ଛକ, ଏନ୍ଗୁହା ଲେନ୍, ବରେଇପାଲି (କିଛି ଅଂଶ) ଆଦି ଅଞ୍ଚଳ ସହିତ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ୩ ଦିନ ବାଧାପ୍ରାପ୍ତ ହେବ।
ଆସନ୍ତା ୨୭ ଏବଂ ୨୮ ଏପ୍ରିଲ ଏବଂ ୩ ମେ’ରେ ସକାଳ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ସାମୟିକ ବ୍ୟାହତ ପାଇଁ ଟିପିଡବ୍ଲୁଓଡିଏଲ୍ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସହିତ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/10-20.jpg)