ଆପଣଙ୍କ ଅଞ୍ଚଳରେ ଆସନ୍ତାକାଲି ଏହି ସମୟରେ ହେବ ପାୱାରକଟ, ସେସୁ ଦେଲା ଆଗୁଆ ସୂଚନା

ଭୁବନେଶ୍ୱର: ବିଦ୍ୟୁତ ତାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆସନ୍ତା ୧୨ ତାରିଖ ଓ ୧୩ ତାରିଖ ଦୁଇ ଦିନ ପାଇଁ ପାୱାରକଟ କରାଯିବାକୁ ସେସୁ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ନଜର ପକାନ୍ତୁ ଆପଣଙ୍କ ଅଞ୍ଚଳରେ କେବେ ଓ କେଉଁ ସମୟରେ ହେବ ପାୱାରକଟ |

୧୨.୧୧.୨୦୧୯
କଟକର ଗ୍ରାମୀଣ ଅଂଚଳ ଅଧୀନରେ ଆସୁଥିବା ଆଠଗଡ଼, ବଡମ୍ବା, କାନପୁର ଓ ନରସିଂହପୁର ଅଂଚଳରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ | ସେହିପରି ସିଥାଳ ଅଂଚଳରେ ସକାଳ ୯ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ | ଠିକ ସେହିପରି ପୁରୀର କୋଣାର୍କ ଓ ରାମଚଣ୍ଡୀ ଅଂଚଳରେ ସକାଳ ୮ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ |

୧୩.୧୧.୨୦୧୯
ଭୁବନେଶ୍ୱରର ବିଜେବି ନଗରରେ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କଟକ ସହରାଂଚଳ ଅଧୀନରେ ଆସୁଥିବା ଲିଙ୍କ ରୋଡ଼, ମାଲଗୋଦାମ ଓ ଓଏମପି ଅଞ୍ଚଳରେ ଦିନ ୧୦ଟାରୁ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ | ସେହିପରି ଖୋର୍ଦ୍ଧା ବାଙ୍କୀରେ ସକାଳ ୯ଟାରୁ ଦିନ ୨ଟା, କଟକ ଗ୍ରାମୀଣ ଅଂଚଳର କପାସିରେ ସକାଳ ୭ଟାରୁ ୧୦ଟା ଯାଏଁ, ବିଳାଶୁଣୀ-ଉତ୍ତମପୁରରେ ସକାଳ ୮ଟାରୁ ଦିନ ୧୧ଟା, ଏରଞ୍ଚରେ ସକାଳ ୯ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ | ପୁରୀର ହରିପୁର, ଖେଲର ଅଂଚଳରେ ସକାଳ ୮ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବା ସହ ଢେଙ୍କାନାଳର ଭୁବନ, ହିନ୍ଦୋଳ ରୋଡ଼, ବୈସିଙ୍ଗା ଅଂଚଳରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ | ତେବେ ଏହି ପାୱାରକଟ ଢେଙ୍କାନାଳର ଖଜୁରୀକଟା ଓ ହିନ୍ଦୋଳ ଅଂଚଳରେ ସର୍ବାଧିକ ସମୟ ପାଇଁ ହେବ | ଏଠାରେ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ |

ସମ୍ବନ୍ଧିତ ଖବର