ବାତ୍ୟା ‘ଫନି’ ପରେ ପୁନରୁଦ୍ଧାର କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଲା ପାଓ୍ଵାରଗ୍ରୀଡ଼

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଉପକୂଳ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ବର୍ବାଦ କରିବା ପରେ ପାଓ୍ଵାରଗ୍ରୀଡ଼ ପୁନରୁଦ୍ଧାର କାମରେ ଲାଗିଛି। ମେ’ ମାସ ୩ରେ ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା ଯୋଗୁଁ ବିଦ୍ୟୁତ ଯୋଗାଣରେ ବ୍ୟାପକ ପ୍ରଭାବିତ ହୋଇଥିଲା। ଫଳରେ ଲକ୍ଷାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଥିଲା। ପ୍ରଭାବିତ ଅଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଛି, ଯାହାକି ଏଯାଏଁ ଜାରି ରହିଛି।
ପାଓ୍ଵାରଗ୍ରୀଡ଼ ପକ୍ଷରୁ ସଫଳତାର ସହିତ ପୁନରୁଦ୍ଧାର କାମ କରାଯାଇଛି। ନିଜ ପାଖରେ ଥିବା କୌଶଳକୁ ବିନିଯୋଗ କରାଯାଇଛି। ପୁନରୁଦ୍ଧାର କାମରେ ୧୦୦୦ କର୍ମଚାରୀ ଲାଗିଥିଲେ। ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ମଧ୍ୟ କଂପାନୀର କର୍ମଚାରୀମାନେ ଆସିଥିଲେ। ପୁନରୁଦ୍ଧାର କାମ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।

ସମ୍ବନ୍ଧିତ ଖବର