ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରବାସୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶ ଭିତରେ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀମାନଙ୍କୁ ଓଡ଼ିଶା ସରକାର, କେନ୍ଦ୍ର ସରକାର ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ସାହାଯ୍ୟ ପାଇଁ ଉଦ୍ୟମ ଚାଲିଛି। କିନ୍ତୁ ନେପାଳ ରାଜଧାନୀ କାଠମାଣ୍ଡୁରେ ଫସିଯାଇଥିବା ୬ଟି ଓଡ଼ିଆ ପରିବାର ବହୁ ଦୁଃଖକଷ୍ଟରେ ଦିନ କାଟୁଥିଲେ। ସେମାନଙ୍କ ତରଫରୁ ଦୁଇ ଜଣ ପ୍ରବାସୀ ଓଡ଼ିଆ ମିଥୁନ କୁମାର ପାତ୍ର ଓ ରମାକାନ୍ତ ନାୟକ ସହାୟତା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସେହି ୬ଟି ପରିବାର ସହ ଯୋଗାଯୋଗ କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ନିକଟରେ ଖାଦ୍ୟ ଓ ରାସନ୍ ସାମଗ୍ରୀ ପହଞ୍ଚାଇ ଦେଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ତତ୍ପରତା ଓ ଆନ୍ତରିକତା ପାଇଁ ପ୍ରବାସୀ ଓଡ଼ିଆ ପରିବାର ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ବାହାର ଦେଶରେ ଥିବା ସତ୍ତ୍ବେ ଆମ ସରକାର ଆମ ସହିତ ଅଛନ୍ତି ବୋଲି କହିଛନ୍ତି।
ନେପାଳରେ ପ୍ରବାସୀ ଓଡ଼ିଆଙ୍କୁ ମିଳିଲା ସହାୟତା, ହସ୍ତକ୍ଷେପ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
/sambad/media/post_attachments/wp-content/uploads/2020/04/Nepal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)