ଭୁବନେଶ୍ବର : ଲୋକ ସେବକ ମଣ୍ଡଳର ନୂତନ ସଂପାଦକ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମନୋନୀତ ହୋଇଛନ୍ତି। ସଭାପତି ରାଜ କୁମାର ମଣ୍ଡଳର ସମ୍ବିଧାନ ଧାରା-୬ ଅନୁଯାୟୀ ଡ. ଆଚାର୍ଯ୍ୟଙ୍କୁ ଏହି ପଦ ପାଇଁ ମନୋନୀତ କରିଛନ୍ତି। ଏହା ପୂର୍ବରୁ ଡ. ଆଚାର୍ଯ୍ୟ କାର୍ଯ୍ୟନିର୍ବାହୀ ପରିଷଦର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ।