ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହେବ ପ୍ରଭାତ ବିଶ୍ୱାଳ

ନୂଆଦିଲ୍ଲୀ: ସିସୋର ଚିଟଫଣ୍ଡ ମାମଲାରେ ଗିରଫ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ପ୍ରଭାତଙ୍କ ଅଣ୍ଟା ଓ ପେଟରେ ସମସ୍ୟା ରହିଛି । ୪ ଜଣିଆ ଡାକ୍ତରି ଟିମଙ୍କ ପରାମର୍ଶ କ୍ରମେ ପ୍ରଭାତ ବିଶ୍ୱାଳଙ୍କୁ କଟକ ଏସସିବି ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଏନେଇ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ସିସୋର ଠକେଇ ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ତାଙ୍କୁ ଚିକିତ୍ସା କରିବାକୁ କ୍ୟାପିଟାଲ ହସ୍ପିଟାଲର ଏକ ୪ ଜଣିଆ ଡାକ୍ତରୀଦଳ ନିୟୋଜିତ ହୋଇଛନ୍ତି । ଏହି ଦଳରେ ହୃଦ୍‌ ରୋଗ, ଭେଷଜ, ଅସ୍ଥିଶଲ୍ୟ ଓ ଶଲ୍ୟ ବିଭାଗର ୪ଜଣ ଡାକ୍ତର ଅଛନ୍ତି । ତେବେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ଆଣ୍ଠୁ ଓ ଅଣ୍ଟାରେ ଭୀଷଣ ଯନ୍ତ୍ରଣା ହେଉଛି ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସମ୍ବନ୍ଧିତ ଖବର