କଟକ : ମୁଣ୍ଡଳୀ ବୋଟ୍ ଟ୍ରାଜେଡି ଘଟଣାରେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୋମବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଏସ୍ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଅନ୍ୟପଟେ ଓଡ୍ରାଫ୍ର ଦୁଇ ଜଣ ସଦସ୍ୟ ଏବେ ବି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଭଲ ଥିବା ଡାକ୍ତର ମହାରଣା ସୂଚନା ଦେଇଛନ୍ତି। ତେବେ ପ୍ରଭାତ ସୁସ୍ଥ ହୋଇ ଏସ୍ସିବିରୁ ଡିସ୍ଚାର୍ଜ ହେବା ପରେ କଟକ ଚଣ୍ଡି ମନ୍ଦିରରେ ପରିବାର ସହିତ ଦର୍ଶନ କରି ଘରକୁ ଫେରିଥିଲେ।
ମୁଣ୍ଡଳୀ ବୋଟ୍ ଟ୍ରାଜେଡି ଘଟଣା: ସୁସ୍ଥ ହୋଇ ଘରକୁ ଫେରିଲେ କ୍ୟାମେରାମ୍ୟାନ ପ୍ରଭାତ
/sambad/media/post_attachments/wp-content/uploads/2021/09/prabhat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)