କଟକ: ବାଲିଯାତ୍ରାକୁ ନେଇ ବିବାଦ ଉଠିଛି। ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେସାଲ ଅଡିଟ କରାଯାଉ। ସେ କହିଛନ୍ତି, ଏଥର ବାଲିଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେତେ ଆୟ ହୋଇଛି ତାହା ସର୍ବସମ୍ମୁଖକୁ ଆସିବା ଦରକାର। କାରଣ ଗୋଟିଏ ପଟେ ବ୍ୟବସାୟ ଅନ୍ୟପଟେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସମସ୍ତେ ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ। ଏହାସହ ନିମନ୍ତ୍ରଣ କରାଯାଇଥିବା ଅତିଥି ଚୟନ, ନିମନ୍ତ୍ରଣ ପତ୍ର ବଣ୍ଟନରେ ବିଭ୍ରାଟ, ମଞ୍ଚର ନାମକରଣ, ଅଶ୍ଳୀଳ ସଙ୍ଗୀତ ପରିବେଷଣ କରାଯିବା ଘଟଣା ଘଟିଛି। ଏହା ରାଜ୍ୟବାସୀଙ୍କୁ ଶକ୍ତ ଆଘାତ ଦେଇଛି । ଏହାଛଡ଼ା ଉତ୍କଳ ଗୌରବ ମଧୁସଦନ ଦାସଙ୍କ ନାଁ ରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରାରେ ଜାଗା ଟିକେ ନ ମିଳିବା ଦୁର୍ଭାଗ୍ୟଜନକ। ପଥୋତ୍ସବକୁ ଯେମିତି ରାଜନୀତିକରଣ କରାଯାଇଛି, ତାହା ଗ୍ରହଣୀୟ ନୁହେଁ। ପଥୋତ୍ସବକୁ ଯେମିତି ରାଜନୀତିକରଣ କରାଗଲା, ଠିକ୍ ନୁହେଁ। ବାଲିଯାତ୍ରା ମଞ୍ଚରେ ରାଜନୈତିକ ଦଳର ପ୍ରଚାର ପ୍ରସାର ହେବା ଅନୁଚିତ। ଏହା ଓଡ଼ିଶାବାସୀଙ୍କ ଅସ୍ମିତା ପ୍ରତି ପଦାଘାତ। ବାଲିଯାତ୍ରରେ ନବୀନ ବନ୍ଦନା ଗାନ ବି ଠିକ୍ ହୋଇନାହିଁ।
ଏହା ବ୍ୟତୀତ କଟକ ଇନ କଟକ, ଦୋକାନ ବଜାର, ମଧ୍ୟରେ ଅହଂକାର ଭରି ରହିଥିଲା ବୋଲି କହିଛି ମହାନଗର ପୂଜା କମିଟି। ଗୋଟିଏ ପଟେ ବାଲିଯାତ୍ରା କୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲାଗି ସବୁ ପ୍ରୟାସ ଜାରି ରହିଛି। ହେଲେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ। ତେଣୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଓ ନିଷ୍ପତ୍ତି ନେବାର ଅଧିକାର ପ୍ରତ୍ୟକ୍ଷ ଭାବରେ ରାଜ୍ୟ ସରକାର ନିଅନ୍ତୁ ବୋଲି ଦାବି କରିଛି ମହାନଗର ପୂଜା କମିଟି ଓ ଶାନ୍ତି କମିଟି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/964f39b3-c445-4ba3-80c1-4cd72f9eb2e1.jpg)