ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କିଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ପ୍ରଚାର ଆରମ୍ଭ କରିଦେଇଥିଲେ। ତେବେ, ଗତକାଲି ତାଙ୍କ ପ୍ରାର୍ଥିତ୍ବ ପରିବର୍ତ୍ତନ ହୋଇଥିବା ଖବର ପାଇଁ ସେ ଭାଙ୍ଗିପଡ଼ିଥିଲେ। ଏପରିକି, ଭୋଭୋ ହୋଇ କାନ୍ଦିପକାଇଥିଲେ ବୋଲି ଜଣାପଡ଼ିଛି।
ଗତକାଲି ସନ୍ଧ୍ୟାରେ ବଡ଼ଗାଁ ଅଞ୍ଚଳରେ ପ୍ରଚାର କରୁଥିଲେ ପ୍ରବୋଧ। ଠିକ୍ ଏହି ସମୟରେ ତାଙ୍କ ଟିକଟ କଟିଥିବା ସୂଚନା ମିଳିଥିଲା। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଏ ସମ୍ପର୍କରେ ଖବର ପାଇ ସେ ହତଚକିତ ହୋଇ ପଡ଼ିଥିଲେ। ତୁରନ୍ତ ପ୍ରଚାର ମଇଦାନ ଛାଡ଼ି ଘରକୁ ଚାଲିଆସିଥିଲେ ସେ। ତାଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖରେ ପହଞ୍ଚିଲାବେଳକୁ ସେ ପୂରା ଭାଙ୍ଗି ପଡ଼ିଥିବା ଦେଖାଯାଇଥିଲା। ଏପରିକି, ପ୍ରତିକ୍ରିୟା ଦେଲାବେଳେ ପ୍ରବୋଧ ଭୋଭୋ କାନ୍ଦି ପକାଇଥିଲେ। ସେ ପ୍ରତିକ୍ରିୟାରେ କହିଥିଲେ, ଏୟାରଇଣ୍ଡିଆ ଚାକିରି ଛାଡ଼ି ସେ ରାଜନୀତିରେ ଯୋଗଦେଇଥିଲେ। ଶେଷକୁ ଦଳ ତାଙ୍କୁ ଟିକଟ୍ ଦେଇ ପୁଣି ଅପମାନିତ କରି ହଟାଇଦେଲା, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଏହି ଆସନରୁ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dgghsffsfh.jpg)