ରାଉରକେଲା/ବାଲିଶଙ୍କରା: ଭରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଆଜି ବିଜେପିରେ ଯୋଗଦେଇଛନ୍ତି।ସୋନପୁରରେ ଆୟୋଜିତ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ ସମାବେଶ କାର୍ଯ୍ୟକ୍ରମରେ ସେ ବିଜେପି ଟୋପି ପିନ୍ଧି ଦଳରେ ସାମିଲ୍‌ ହୋଇଛନ୍ତି। କଂଗ୍ରେସର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ତଳସରା ଆସନକୁ ଆଖିରେ ରଖି ସେ ସେହି ଅଞ୍ଚଳରେ ନିଜର ରାଜେନୖତିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ଉକ୍ତ ଆସନରେ କଂଗ୍ରେସ ଟିକେଟ ପାଇଁ ଏକାଧିକ ଦାବିଦାର ଥିବାସତ୍ତ୍ବେ ସେ ସମସ୍ତଙ୍କୁ ପଛରେ ପକାଇ ଟିକେଟ ହା‌ତେଇଥିଲେ।

Advertisment

ଟିକେଟ ପାଇବାପରେ ସେ ଜୋର୍‌ସୋର୍‌ରେ ପ୍ରଚାର ବି ଆରମ୍ଭ କରିଥିଲେ। ମାତ୍ର, ସମସ୍ତଙ୍କୁ ହତଚକିତ କରି କଂଗ୍ରେସ ଦଳ ନିଜର ପରବର୍ତ୍ତୀ ତାଲିକା ପ୍ରକାଶ ବେଳେ ପ୍ରବୋଧଙ୍କ ଟିକେଟ କାଟି ଦେଇଥିଲା। କଂଗ୍ରେସର ଏହି ନିଷ୍ପତ୍ତି ସମସ୍ତଙ୍କୁ ହତଚକିତ କରିବା ସହ ଏହି ବିଶିଷ୍ଟ ହକି ତାରକାଙ୍କ ପ୍ରତି ବି ଘୋର ଅପମାନ ସଦୃଶ ଥିଲା। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ଘଟଣା ପରେ ପ୍ରବୋଧ ସକ୍ରିୟ ରାଜନୀତିରେ ରହିବେ ନା ତାଙ୍କର ସଂକ୍ଷିପ୍ତ ରାଜନୈତିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିବ, ତାକୁ ନେଇ ଉତ୍ସୁକତା ଲାଗି ରହିଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ‘ଲୁଲକିଡିହି ଗାଁର ପୋଷ୍ଟର୍‌ ବୟ ପ୍ରବୋଧ’ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି।